Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Others

3  

Biren Kumar Behera

Others

ଏ ଆଞ୍ଜୁଳି ପ୍ରେମ ଭରା

ଏ ଆଞ୍ଜୁଳି ପ୍ରେମ ଭରା

1 min
312


ସାତଜନ୍ମ ପାଇଁ ସାଥି ହେଲେ ଆମେ,

ଅନଳକୁ ରଖି ସାକ୍ଷୀ ।

ଦଶ ଦୋଷ ମୋର କରିଦେବ କ୍ଷମା,

ମୁଁ ତୁମ ନିରୀମାଖି ।।

ହୋମନିଆଁ ଆଗେ ତୁମେ ମୋ ସିନ୍ଥୀରେ,

ଭରିଲ ସିନ୍ଦୁର ଯେଣୁ ।

ଇହକାଳ ଆଉ ପରକାଳ ପାଇଁ,

ତୁମେ ମୋ ଦେବତା ତେଣୁ ।।

ଦୁଇ କୂଳ ପାଇଁ ସାଜିବି ମୁଁ ହିତା,

ଦୁହିତା ପରା ମୋ ନାମ ।

ଆମ ଘର ପରେ ତମ ଘରେ ଏବେ,

ଆରମ୍ଭିବି ମୁଁ ମୋ କର୍ମ ।।

ତୁମ ପରିବାର ହେବ ମୋ ନିଜର,

ବାଣ୍ଟିଦେବି ସ୍ନେହ ଭକ୍ତି ।

ଜୀବ ଥିବାଯାଏ ରଖିବି ନିଶ୍ଚୟ,

ଦେଉଥିବା ଏହି ଉକ୍ତି ।।

କଥାଦିଅ ମୋତେ ଯିବନି ଦୂରେଇ,

ତିଷ୍ଠିଥିବା ଯାଏ ଧରା ।

ଗ୍ରହଣ କର ଏ ଆଞ୍ଜୁଳି କୁ ମୋର,

ଏ ଆଞ୍ଜୁଳି ପ୍ରେମ ଭରା ।।



Rate this content
Log in