Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Others

0.0  

Biren Kumar Behera

Others

ସଫଳ ମୋ ମତଦାନ

ସଫଳ ମୋ ମତଦାନ

1 min
294


ମୋ ଦେଶରେ ଯେବେ ହେଲା ନିର୍ବାଚନ,

ମତଦାନ କଲେ ସର୍ବେ ।

ମୋ ପ୍ରିୟ ନେତାକୁ ବାଛିଥିଲି ମୁହିଁ,

ଛାତି ମୋ ଫୁଲିଲା ଗର୍ବେ ।।


ଯାହାଙ୍କ ନାମକୁ ଶୁଣିଦେବା ମାତ୍ରେ,

ଆତଙ୍କି ପଳାନ୍ତି ଛାଡି ।

ତାଙ୍କର ହସ୍ତରେ ସମର୍ପିଥିଲି ମୁଁ,

ଦେଶ ଶାସନର ବାଡି ।।


ଯାହାଙ୍କୁ ମୋ ମନ ବାଛିଥିଲା ନେତା,

ସେ ହେଲା ଦେଶର ରାଜା ।

ବିରୋଧୀଏ ସବୁ ଦେଲେ ଛତ୍ରଭଙ୍ଗ,

ସୁଖରେ ରହିଲେ ପ୍ରଜା ।।


ଏବେ ମୁଁ ଭାବୁଛି ମୋ ମତକୁ ବୋଧେ,

ସମର୍ଥନ ଦେଲା ଦେଶ ।

ସବୁ କଳ୍ପନାର ଅନ୍ତ ହେଲା ଆଜି,

ଭିନ୍ନ ମତ ହେଲା ଶେଷ ।।


ମୋ ମତାମତ ହୋଇନି ବିଫଳ,

ପ୍ରମାଣିଲେ ସର୍ବଜନ ।

ଧନ୍ୟ ମୋର ମତ ଧନ୍ୟ ଦେଶବାସୀ,

ସଫଳ ମୋ ମତଦାନ ।।



Rate this content
Log in