ଏହା କି ମାନବିକତା
ଏହା କି ମାନବିକତା
ଦେବାଦେବୀ ପୂଜି ଲଭଇ ପୁତ୍ରଟେ,
ଆଉ ଦିଏ ଶିକ୍ଷା ଦୀକ୍ଷା ।
ବୃଦ୍ଧ ଅବସ୍ଥାରେ ପୁତ୍ରଟି ମୋହର,
ନିଶ୍ଚୟ କରିବ ରକ୍ଷା ।।
ଏଇ କଥା ଚିନ୍ତି ବିଚରା ବାପଟା,
ପୁଅଟିର ନିଏ ଯତ୍ନ ।
ପୁଅର ଇଚ୍ଛାକୁ କରଇ ପୂରଣ,
ପୁଅଟିକୁ ଭାବେ ରତ୍ନ ।।
ପୁଅ ବଡହୋଇ ହୁଏ ସ୍ୱାର୍ଥପର,
ବାପକୁ ଭାବଇ ବୋଝ ।
ଭୁଲିଯାଏ କିନ୍ତୁ ତାକୁ ଦାନା ଦେଇ,
ବାପ ପିଉଥିଲା ପେଜ ।।
ବାପ ହାତଧରି ଯେଉଁ ପୁଅ ଦିନେ,
ଯାଉଥିଲା ବିଦ୍ୟାଳୟ ।
ସେ ଆଜି ବାପକୁ ଛାଡେ ଆଶ୍ରମରେ,
ଇଏ କେମିତିକା ନ୍ୟାୟ ?
ଯିଏ ଦେଇଥିଲା ଦାନା,କନା,ଶିକ୍ଷା,
ଯିଏ ଥିଲା ପ୍ରାଣଦାତା ।
ତାକୁ ଆଜି ଛାଡ ବୃଦ୍ଧ ଆଶ୍ରମରେ,
ଏହା କି ମାନବିକତା ?
