Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Others

3  

Biren Kumar Behera

Others

ସମ୍ଭବ କରଇ ନିଦ

ସମ୍ଭବ କରଇ ନିଦ

1 min
218


ନିଦ୍ରାରେ ମନଟା କାହିଁକାହିଁ ବୁଲେ,

ହୁଏନି କେବେ ବିଶ୍ବାସ ।

ପାଣିରେ ବି ଆମେ ଦଉଡିଦଉଡି,

ଶତ୍ରୁକୁ କରଉ ନାଶ ।।

ଭୂତ ପ୍ରେତ ଯେବେ ଗୋଡାନ୍ତି ଆମକୁ,

ଆକାଶରେ ଉଡୁ ଆମେ ।

ଅସମ୍ଭବ ସବୁ ହୁଅଇ ସମ୍ଭବ,

ପଡି ସପନର ପ୍ରେମେ ।।

କେତେବେଳେ ହେଉ ନେତାମନ୍ତ୍ରୀ ପୁଣି,

କେତେବେଳେ ବଡ ଚୋର ।

କେତେବେଳେ ପୁଣି ଦଂଶିଦିଏ ସର୍ପ,

ମନରେ ଆସଇ ଡର ।।

କେତେବେଳେ ଆମେ ଚଲାଉ ଗାଡିକୁ ,

ଘରର ଉପର ଦେଇ ।

କେତେବେଳେ ପୁଣି ଡେଇଁପଡୁ ଗଛୁ ,

ନିଜର ସୁରକ୍ଷା ପାଇଁ ।।

କେତେବେଳେ ପୁଣି ପଡୋଶୀଙ୍କ ସହ,

ହୋଇଥାଏ ଖଣ୍ଡ ଯୁଦ୍ଧ ।

ଏମିତି ଏସବୁ ଅସମ୍ଭବ କଥା,

ସମ୍ଭବ କରଇ ନିଦ ।।



Rate this content
Log in