Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Others

3  

Biren Kumar Behera

Others

ଆସ ଲଗାଇବା ଗଛ

ଆସ ଲଗାଇବା ଗଛ

1 min
361


ଗଛ ବାଣ୍ଟିଥାଏ ଅମ୍ଳଜାନ ପରା,

ଫୁଲ,ଫଳ ଆଉ ଛାଇ ।

ତଥାପି ମଣିଷ ହୋଇ ସ୍ୱାର୍ଥପର,

ଗଛକୁ କାଟୁଛି କାହିଁ ?

ଗଛ ଯୋଗୁଁ ହୁଏ ନିୟମିତ ବର୍ଷା,

ଚାଷ କାର୍ଯ୍ୟ ହୁଏ ଭଲ ।

ଗଛ ନ ରହିଲେ ନ ହେବ ବରଷା,

ଚାଷୀ ହେବ କଲବଲ ।।

ସୂର୍ଯ୍ୟଙ୍କ ରଶ୍ମିକୁ ଶୋଷିଥାଏ ଗଛ,

ରକ୍ଷା ପାଏ ଆମ ଚର୍ମ ।

ତେଣୁ ଗଛଙ୍କର ଘେନିବା ସୁରକ୍ଷା,

ଏ ହେଉ ଆମର ଧର୍ମ ।।

ଗଛ ବଞ୍ଚିଥିଲେ ଆମେ ହିଁ ବଞ୍ଚିବା,

ଗଛ ପରା ଆମ ବନ୍ଧୁ ।

ଗଛ ନ ରହିଲେ ବଢିବ ଉତ୍ତାପ,

ଦିନ ଯିବ କାନ୍ଦୁକାନ୍ଦୁ ।।

ଅଙ୍ଗାରକାମ୍ଳକୁ ଶୋଷିଥାଏ ସିଏ,

ପରିବେଶ ରଖେ ସ୍ୱଚ୍ଛ ।

ସବୁଜ ସୁନ୍ଦର ପୃଥିବୀ ଗଢିବା,

ଆସ ଲଗାଇବା ଗଛ ।।



Rate this content
Log in