STORYMIRROR

Balaram Barik

Horror Tragedy Thriller

3  

Balaram Barik

Horror Tragedy Thriller

କବିତା ନୁହେଁ

କବିତା ନୁହେଁ

1 min
11.4K

ଟି:ଭି ସିରିଏଲ ଗୁଡ଼ାକର 

ସୁପର ହିରୋଙ୍କ କାହାଣୀ ପରି ଲାଗୁଛି

ଏ ଜୀବନ।


କଳ୍ପନା ନୁହେଁ ବାସ୍ତବତାରେ ଭରିଛି।


ତାମ୍ରାଜ୍ କିଲବିଷ୍ ବିକଟାଳ ହସ ହସି

ଅନ୍ଧକାରର ଜୟ ଜୟକାର କରୁଛି।

ଶକ୍ତିବାନ, ବୀର୍ଜବାନ ଓ ବିଜ୍ଞାନୀ ମଣିଷ

ଲାଚାର ହୋଇ ସଢ଼ୁଛି।


ଦୁନିଆକୁ ଧ୍ବଂସ କରିବାକୁ

ସୈତାନ୍ ଅପଚେଷ୍ଟାରେ ଲାଗି ରହିଛି।


ସମ୍ପୂର୍ଣ୍ଣ ମାନବତାକୁ ନାଶ କରିବାକୁ 

ଜୈବିକ ଅସ୍ତ୍ର ମାନ ଗଢୁଛି।


ଏବେ କ୍ରିସ୍ ପରି ଲଢ଼ିବାର ସମୟ ଆସିଛି।

ଆଜି ସବୁ ଈଶ୍ୱର ଚୁପ୍ ଭଗବାନ,ଯୀଶୁ ,ଆଲ୍ହା ।


ମନ୍ଦିର ,ଚର୍ଚ୍ଚ ,ମସ୍ଜିଦ୍ ସବୁଠି ତାଲା

ପ୍ରଚଣ୍ଡ ଶୂନ୍ୟତାରେ ଗଳି ଓ ମହୋଲା ।


ଅଚ୍ୟୁତ ଠାର ସତ ହେଲାପରି ଲାଗୁଛି

ଅଜଣା ରୋଗରେ ଏ ମଣିଷ ପଡିଛି

କୁଳକୁ ବିହନ ରହିବ କି ନାହିଁ

ସନ୍ଦେହ ଲାଗୁଛି

ପ୍ରତି ମୁହୂର୍ତ୍ତରେ ଅଣଚାଶ ପଵନ ବହୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror