STORYMIRROR

PRABINA KU, KHADANGA

Horror Thriller

3  

PRABINA KU, KHADANGA

Horror Thriller

ମଶାଣି ଭୂଇଁରୁ ଅଶରୀରିର ଭିକ୍ଷା

ମଶାଣି ଭୂଇଁରୁ ଅଶରୀରିର ଭିକ୍ଷା

1 min
187

କହୁଛି ଆଜି ସେ ପୀଡିତା ନାରୀଟି,

ଯିଏ ହୋଇଥିଲା କାଲି ଧର୍ଷିତା

ବସ୍ତ୍ର ଖୋଲି ଆଜି ଫୁଙ୍ଗୁଳା ଶରୀର ଦେଖାଏ,

ଯିଏ ଥିଲା କାଲିଯାଏଁ ସଳିତା

ବୁକୁ ଫଟା ଚିତ୍କାର କରୁଛି ସେ ଶିଶୁ,

ଯିଏ ଜାଣେନାହିଁ ଦେହ ଭୋକଟା

ତା ଦେହେ କାଲି କଳଙ୍କ ଲାଗିଛି,

ଯିଏ ଖୋଲିନାହିଁ ଆଖି ପରଦା

ସିନ୍ଦୁର ଶୋଭିତା ବୋହୁ ବଖାଣୁଛି,

ପ୍ରଶ୍ନ କରେ କରିଛୁ କୋଉ ନ୍ୟାୟଟା

ପଇସା ଆଳ ରେ ମୋତେ ବିକିଦେଇ,

ହାସିଲ କରିଛୁ କୋଉ ଖୁସିଟା

ଦେହର ଲୁଗା କୁ ସମ୍ଭାଳି କହଇ ଷାଠିଏ ବରଷ ଦର ବୁଢ଼ୀଟା

କୋଉ ପ୍ରତିଶୋଧ ନେଇଗଲୁ ତୁହି ବାଜି ଲଗାଇ ମୋର ସମ୍ମାନଟା

କେତେ ଆଶା ସମ୍ଭାବନା ପୁଣି ବୁଣିଥିଲି କେତେ ଅସୁମାରୀ ସପନ

ତୋ କ୍ରୁର ଦୃଷ୍ଟିରେ ହାରିଗଲି ମୁହିଁ,

ରାଜକୁମାରୀ ହୋଇବି ହାରିଲି ମୁଁ ଜୀବନ

ଛୋଟ ପୁଅଟିଏ କାନ୍ଦି କାନ୍ଦି କୁହେ,

ମୁଁ ନୁହେଁ ତ ଗୋଟିଏ ଝିଅ

ତଥାପି କାହିଁକି ମୋ ଦେହକୁ ଉପଭୋଗ କରିଥିଲା ତୁମେ କୁହ

ଯୁବକ ବି ସେଠୁ ଉଠିଆସି କୁହେ,

ସମ୍ମାନ ଦିଏ ମୁହିଁ ନାରୀଙ୍କୁ

ତଥାପି ହାରିଛି ନିଜର ସମ୍ମାନ,

ଚିତ୍କାର କରି କହିଛି ସଭିଙ୍କୁ

କିଏ କହୁଥିଲା ଆତ୍ମହତ୍ୟା କରିଛି ମୁଁ ସେ ଦିନ

କିଏ କହେ ହତ୍ଯା କରିଥିଲା ମୋତେ ସେ ହୀନ

କିଏ କହେ ସେହି ଭାବନା ଟା ନେଲା ମୋ ଜୀବନ

କିଏ କହେ ଭାଗ୍ୟଟା ବଦଳିଗଲା ହାରିଲି ସବୁ ସପନ

ଆଉ ନ ପାରିଲି ଫେରି ମୁଁ ଆସିଲି ,

ସେ ଅମଡା ମଶାଣି ଭୂଇଁରୁ

ସବୁ କଷ୍ଟକୁ ତାଙ୍କ ପୁଟୁଳି ରେ ବାନ୍ଧି,

ଘେନିଆଣିଲି ତାଙ୍କ ପାଖରୁ

ସମାଜ ଆଗରେ ପୁଟୁଳି ଖୋଲିକି ,

ମାଗିଲି ମୁଁ ଟିକେ ନ୍ୟାୟ

କେବେ ନ୍ୟାୟାଳୟ କେବେ ଲୋକ ଲଜ୍ୟା କେବେ ପୁଣି ମୁଁ ସମାଲୋଚନା ର ବିଷୟ

କିଏ ବୁଝେ ସେହି ମୃତ୍ୟୁଲୋକର କୋହକୁ କିଏ ବୁଝେ ସେହି ଅଲିଭା ଦୁଃଖ

ବଞ୍ଚିବାକୁ ଜାଗା ଟିକେ ନାହିଁ ଯା ପାଇଁ,

କିଏ ଅବା ବୁଝିବ ତା କୋହ..

ମିଳିବକି ନିଜକୁ ନ୍ୟାୟ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror