ଭୁତ ନାଆଁ ଶୁଣିଲେ
ଭୁତ ନାଆଁ ଶୁଣିଲେ
ଭୁତ ନାଆଁ ଶୁଣିଲେ
ଡର ଲାଗେ ମୋତେ
ଭୁତ ଗପ ଶୁଣିବାକୁ
ବସେ ଜେଜେ ସାଥେ ।
ଜୋର କହିଲେ
ଜୋର କୂଳେ ଆମ ସୋରିଷ କିଆରି
ଶୁଖି ଯାଇଥିଲା ଫାଟି
ସୁନାସହ ମିଶି ବିଚାର କରିଲି
ପାହାନ୍ତି ପହରୁ ଉଠି ।
ସେଣା ନେଇଯିବୁ ପାଣି ବୋହିବାକୁ
ବଦଳିଲା ସନା ହେବ
କଥା ହୋଇ ଥିଲା ରାତିରୁ ଆସି
ମତେ ସେ ଉଠେଇ ଦେବ ।
ରାତିରେ ଶୋଇଛି ଡ଼ାକ ଶୁଣି ତା'ର
ପଛେ ପଛେ ଗଲି ମୁହିଁ
ସେଣା ସେ କରି ପାଣି ବୋହିଲୁ
କିଛି କଥା ବାର୍ତ୍ତା ନାହିଁ ।
କଥା କହୁ ନାହଁ ମୁଁ କିଛି କହିଲେ
ଖାଲି ମାରୁଥାଏ ହୁଁ
ସନା ନୁହେଁ ଇଏ ଭୁତ ନିଶ୍ଚୟ
ମନରେ ଭାବିଲି ମୁଁ ।
ଲୁହା କୋଡିଟାକୁ ପାଦ ତଳେ ରଖି
ଡରେ ଗପି ଚାଲି ଥାଏ
ହୁଁ ମାରି ସିଏ ବୋହି ଚାଲିଥାଏ
( ଅପେକ୍ଷା) ରାତି ପାହିବି ଯାଏ ।
ଫରଳା ହେବାରୁ ସେଣାକୁ ଫୋପାଡ଼ି
ଚିଁ ଚିଁ ଶବ୍ଦ କରି
ପବନରେ କାହିଁ ମିଳେଇ ଗଲା ସେ
ମୁଁ ଛୋବ ଯାଇ ଗଲି ପଡ଼ି ।
ସନା ଖୋଜି ଖୋଜି ବିଲରେ ପହଞ୍ଚି
ସାଷ୍ଟମ କରି ଆଣିଲା
ଦି ଦିନ ଯାଏ ଜର ହେଲା ମତେ
ମୁଣ୍ଡ ଭାରି ଲାଗୁଥିଲା ।