ବଇଶାଖ ମାସ ଖରା
ବଇଶାଖ ମାସ ଖରା
ବଇଶାଖ ମାସ ଖରା
ଫେରୁଥିଲୁ ଆମେ କେନଦରା ପଡା ରୁ
ଦୁଇ ବନ୍ଧୁ ସାଥୀ ହୋଇ
ହାଲିଆ ଲାଗିଲା ଆମକୁ ଶୋଷରେ
ବସିଗଲୁ ପାଣି ପିଇ।
ଥକା ମେଣ୍ଟିଗଲା ବାହାର ହେଲୁ
ଖୋଜିଲେ ଚଷମା କାହିଁ
ହସୁଥିଲି ମୁଁ କହୁଥିଲେ ସିଏ
ତମେ ବୋଧେ ଅଛ ନେଇ।
ବ୍ୟାଗ,ପକେଟ ଉଣ୍ଡାଳି ଗଲେ
କେଉଁଠି ପାଇଲେ ନାହିଁ
ଚଷମା ନ ହେଲେ ଏଠୁ ହୁଙ୍କିବିନି
କହିଦେଲେ ବସିଯାଇ।।
କହିଲି ମାରିଲ କାନରେ ହାତ
ମୁଣ୍ଡ ରେ ଗୁଣୀ ଥୋଇ
ବିଲଟା ସାରା ଖୋଜି ବୁଲୁଛ
ନିଜେ ଚଷମା ନାଇ।
