STORYMIRROR

Niranjana Mohanty

Comedy

3  

Niranjana Mohanty

Comedy

ବଇଶାଖ ମାସ ଖରା

ବଇଶାଖ ମାସ ଖରା

1 min
200


ବଇଶାଖ ମାସ ଖରା

ଫେରୁଥିଲୁ ଆମେ କେନଦରା ପଡା ରୁ

ଦୁଇ ବନ୍ଧୁ ସାଥୀ ହୋଇ

ହାଲିଆ ଲାଗିଲା ଆମକୁ ଶୋଷରେ

ବସିଗଲୁ ପାଣି ପିଇ।

ଥକା ମେଣ୍ଟିଗଲା ବାହାର ହେଲୁ

ଖୋଜିଲେ ଚଷମା କାହିଁ

ହସୁଥିଲି ମୁଁ କହୁଥିଲେ ସିଏ

ତମେ ବୋଧେ ଅଛ ନେଇ।

ବ୍ୟାଗ,ପକେଟ ଉଣ୍ଡାଳି ଗଲେ

  କେଉଁଠି ପାଇଲେ ନାହିଁ

ଚଷମା ନ ହେଲେ ଏଠୁ ହୁଙ୍କିବିନି

କହିଦେଲେ ବସିଯାଇ।।

କହିଲି ମାରିଲ କାନରେ ହାତ

  ମୁଣ୍ଡ ରେ ଗୁଣୀ ଥୋଇ

ବିଲଟା ସାରା ଖୋଜି ବୁଲୁଛ

  ନିଜେ ଚଷମା ନାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy