STORYMIRROR

Niranjana Mohanty

Romance

3  

Niranjana Mohanty

Romance

ଫୁଲ ମୋର ଖେଳ ସାଥୀ

ଫୁଲ ମୋର ଖେଳ ସାଥୀ

1 min
223

ଫୁଲ ମୋର ଖେଳ ସାଥୀ

ସାଥୀ ଧୂଳି ଘରର

ଫୁଲ ମୋର ପଢା ସାଥୀ

ପୁଣି ସ୍କୁଲ ବେଳର।।

ହସୁଥିଲୁ ଖେଳୁଥିଲୁ

ବୁଲୁଥିଲୁ ଯାତରା

ହଠାତ୍ ଆଉ ଦେଖା ହେଲାନି

ଖୋଜି ଖୋଜି ଘାବରା।

ଦଶରା ଛୁଟିରେ ଦେଖାହେଲା

କହିଲା ଗୁମର ଖୋଲି

ସିଏ କୁଆଡେ ବଡ଼ ହୋଇଛି

ଭଲ ପାଏ ମତେ ବୋଲି।

ଶହ ଶହ ପାରା ଉଠିଗଲେ ପରା

ଆନନ୍ଦରେ ପକ୍ଷ ମେଲି

ବିଶ୍ଵାସ ହେଲାନି କଥାଟା ତାହାର

ପଚାରିଲି ଆଉ ଥରେ କହ ବୋଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance