STORYMIRROR

Niranjana Mohanty

Romance

3  

Niranjana Mohanty

Romance

ଫୁଲ ମୋର ଖେଳ ସାଥୀ

ଫୁଲ ମୋର ଖେଳ ସାଥୀ

1 min
219

ଫୁଲ ମୋର ଖେଳ ସାଥୀ

ସାଥୀ ଧୂଳି ଘରର

ଫୁଲ ମୋର ପଢା ସାଥୀ

ପୁଣି ସ୍କୁଲ ବେଳର।।

ହସୁଥିଲୁ ଖେଳୁଥିଲୁ

ବୁଲୁଥିଲୁ ଯାତରା

ହଠାତ୍ ଆଉ ଦେଖା ହେଲାନି

ଖୋଜି ଖୋଜି ଘାବରା।

ଦଶରା ଛୁଟିରେ ଦେଖାହେଲା

କହିଲା ଗୁମର ଖୋଲି

ସିଏ କୁଆଡେ ବଡ଼ ହୋଇଛି

ଭଲ ପାଏ ମତେ ବୋଲି।

ଶହ ଶହ ପାରା ଉଠିଗଲେ ପରା

ଆନନ୍ଦରେ ପକ୍ଷ ମେଲି

ବିଶ୍ଵାସ ହେଲାନି କଥାଟା ତାହାର

ପଚାରିଲି ଆଉ ଥରେ କହ ବୋଲି।


Rate this content
Log in

Similar oriya poem from Romance