ଦୁଃଖଦ ସ୍ଵପ୍ନ
ଦୁଃଖଦ ସ୍ଵପ୍ନ
1 min
328
ଦୁଃଖଦ ସ୍ଵପ୍ନ
ବାପା ପଠେଇଲେ ପଇସା ଦେଇ
ମାଉଁସ ଆଣିବା ପାଇଁ
ମେଁ ମେଁ ଶବ୍ଦ ଶୁଣି ଚାହିଁଲି
କାଟୁଛି ଛେଳି କଂସେଇ।
ରାତିରେ ଶୋଇକି ସପନ ଦେଖିଲି
ମାଆ କୋଳେ ଅଛି ଶୋଇ
କୋଳରୁ ତାହାର ଟାଣିନେଲା କିଏ
କାଟି କଲା ଖଣ୍ଡ ଦୁଇ
ବୋଉ କୋଳ କଲା ମନେ ଭୟ ହେଲା
ଆଉ ମାଉଁସ ମୁଁ ଖାଏ ନାହିଁ।
