STORYMIRROR

Niranjana Mohanty

Drama

3  

Niranjana Mohanty

Drama

ପରିବାର ସହ

ପରିବାର ସହ

1 min
303


ପୁଅ ଯାଇଥିଲା ଚାକିରି କରି

ଘରକୁ ଫେରିଲା ବୋହୂ ଟେ ଧରି

ସମସ୍ତେ କହିଲେ ନାଆଁ

ଜାତି କି ଗୋତର ଜଣା ନାହିଁ ତା'ର

 କେମିତି ସିଏ ପଶିବ ଘର

ପଚାର ତା'ର ସାଙ୍ଗିଆ।

ସଵୁଙ୍କୁ ଶୁଣାଇ କହି ଦେଲି ମୁଁ

ବୋହୂ ଜବରଦସ୍ତ ଆସିନି ପଶି

ପସନ୍ଦ କରିଛି ପୁଅ

ତାଆ ସହ ସିଏ ଦିନ ବିତାଇଵ

ତମେ ତ ରହିବ ଦୂର

କାହିଁକି ବାଉଳା ହୁଅ।

କଥା ମାନି ମୋର ରହିଲା ସିଏ

 ଆମରି ବାହାର ଘରେ

  ଏକା ଏକା ପରଛୁଆ

ଶାଶୁ ମା ବେମାର ହଠାତ୍ ହେଲା

 ସେତେବେଳେ ପୁଅ ଘରେ ନ ଥିଲା

  ଗାଡି ଧରି ବୋହୁ ଠିଆ।।

ଧରି ନେଇଗଲା ଡାକ୍ତର ଖାନା

ଚାରିଦିନ ସେବା କରି

ଶେଷରେ ଆସିଲେ ଫେରି

ଏ ଘରେ ଛାଡ଼ି ତା ଘରକୁ ଗଲା

ଶାଶୁ ପଣତ ଧରିଲା ଭିଡ଼ି

ବୋହୁ ମୋର ସୁନାଶିରି।

ବିରାଟ ମେଘ ଟା ଉଠାଇ ଥିଲା

ପୀରତି ରେ ଗଲା ଉଡି

ବୋହି ଯାଉଥିଲା ଲୁହ

ଖୁସି ରେ ସମସ୍ତେ ବାହା ବାହା କଲେ

 ହସିଲା ହସିଲା ମୁହଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama