Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Tragedy Thriller

3  

Satyanarayan Sahoo

Horror Tragedy Thriller

ହରର

ହରର

1 min
116



ଭାୟଙ୍କର ଆଉ କ୍ଷତି କାରକକୁ

କହିଣ ଥାଉ ହରର

ଧ୍ଵଂସ ବିଭୀଷିକା ଉପୁଜେ ଯା' ଯୋଗୁଁ

ହୁଏ ବହୁ ଦୁଃଖ କର ।


ଭୁତ ଉତ୍ପାତ ଓ ପିଶାଚଙ୍କ ଲୀଳା

ଘଟି ନିତି ଅଚାନକ

ନାଶଇ ଅଶେଷ ଧନ ଓ ଜୀବନ

ଦିଏ କେତେ ରୋଗ ଶୋକ ।


ଯାହାର ପ୍ରଭାବେ ମାନବ ସମାଜ

ପ୍ରଭାବିତ ପ୍ରତି କ୍ଷଣ

ହାହାକାର ଲୀଳା ବିରଚି ବିପୁଳ

ହରେ ନିତି ଧନ ଜନ ।


ଆଜିର ବିଜ୍ଞାନ ଯୁଗରେ ଏସନ 

ବିପାକ ହୋଇନି ଲୋପ

ଦିନୁ ଦିନ ଧରି ବଢି ବଢି ଚାଲେ

ତୀବ୍ରତରରେ ଅମାପ । 


ଅସ୍ତବ୍ୟସ୍ତ କରେ ଜନ ଜୀବନକୁ

 ପ୍ରଭାବିତ ଆକ୍ରମଣ 

ଆକ୍ରଶ ଅହନ୍ତା  ଆଉ ମନ୍ଦ ଚିନ୍ତା

ଘେନି ସବୁ ଅଘଟଣ ।


ହତ୍ୟା କାଣ୍ଡ ଆଉ ଦୁର୍ଘଟଣା ପୁଣି

ଆହା କେତେ ଭୟଙ୍କର

ବିଭତ୍ସ କାଣ୍ଡରେ ହତ ହୋନ୍ତି ନରେ

ଭାଙ୍ଗେ ସୁନ୍ଦର ସଂସାର ।


ଅଶାନ୍ତି ଓ ବିଶୃଙ୍ଖଳା ଲାଗି ରହି

ଜୀବ  ଜନ୍ତୁ କଲ ବଲ

ହେବା ସହ ନିତି ମଣିଷ ଜୀବନ

ହୋଇ ଉଠଇ ବିକଳ ।


ମାଡ଼ ଗୋଳ ବାଦ ଦ୍ୱେଷ ଆଦି ଶକ୍ତି

କରି ନିତି ଲଣ୍ଡ ଭଣ୍ଡ

ଚକ୍ରାନ୍ତକାରୀର କ୍ରୂର କାରନାମା

ହେତୁ ଦେଶ ଓ ଭୂଖଣ୍ଡ ।


ଜନ ଶୂନ୍ୟ ହୁଏ ନାନାଦି ଉପାୟେ 

ଘଟି ଯୁଦ୍ଧ ଦଙ୍ଗା ଆଦି

ସହିତ ନିମିଷେ ଧୂଳି ରେ ଯେ ମିସେ

ପରମାଣୁ ବୋମା ପଡି

ସୁନ୍ଦର ସହର ରମ୍ୟ ଆରନ୍ୟାନି

କ୍ଷଣ କରେ ଚୂର୍ଣ୍ଣ କରି ।


ସାଧଇ ଅଶେଷ ଧ୍ଵଂସ ଏ ମଣିଷ

ଘଟାଏ ସଦା ହରର

ବିଦ୍ୟୁତ ଆଘାତ ଦେଇ ଜୀବ ମାରି 

ଦିଅଇ କରି ଶିକାର ।


କେତେ ଭୟାନକ ମଣିଷ ପ୍ରକୃତି

ହୋଇ ଉଠି ଅଛି ଆଜି

ଯନ୍ତ୍ରଣା ଜାଳ ରେ ଜୀବେ ଦହି ମାରେ

ସେ ଅତି ପାଶବ ସାଜି ।



Rate this content
Log in

Similar oriya poem from Horror