Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sai Subhashree Moharana

Horror

3  

Sai Subhashree Moharana

Horror

ହରର୍

ହରର୍

1 min
130


ଦେବଭୂମି ନାମରେ ନାମିତ ଏହି ଭାରତ

ଆଜି ଚତୁର୍ଦ୍ଦିଗେ ଭରିଯାଇଛି ବିଷ

ରାଜୁତି କରୁଛି ଆଜି ଏହି ଭୂମିରେ 

ଆତଙ୍କ ରୂପକ ରାକ୍ଷସ |


 ଚତୁର୍ଦ୍ଦିଗେ ପଡିଛି ହାହାକାର  

କ୍ରନ୍ଦନ ଶୁଭୁଛି ଆଜି ଧରଣି କନ୍ଦର

ଶୁନଶାନ୍ ପାଥ ଆଜି ରାତ୍ରିର ଅନ୍ଧକାର 

ରାଜ ପଥେ ଆଜି ମୁଖ ନ ଦିଶଇ କାହାର ।।


ଦେଶ ଦେଶ ମଧ୍ୟରେ ଚାଲିଛି ବିଦ୍ରୋହ 

ଚହଳ ପଡିଛି ଆଜି ଆତଙ୍କର ଭୟ

 ଭୟଭୀତ ଆଜି ମଣିଷ ସମାଜ  

ଅସ୍ତ୍ର ଶସ୍ତ୍ର ଆଜି କରୁଛି ବିପର୍ଯ୍ୟୟ ॥


କେତେ ବେଳେ ରୋଗର ଆତଙ୍କ 

ତ କେତେବେଳେ ନାରୀଟିଏ ନୁହେଁ ସୁରକ୍ଷିତ 

ପୁଣି କେବେ ଅନ୍ଧକାରେ ପିଶାଚର ଉତ୍ପାତ 

ଚତୁର୍ଦ୍ଦିଗେ ଖେଳିଯାଇଛି ଆତଙ୍କ ।।



Rate this content
Log in

Similar oriya poem from Horror