Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyanarayan Sahoo

Abstract Horror Thriller

4  

Satyanarayan Sahoo

Abstract Horror Thriller

ବାଜି ରାଉତ

ବାଜି ରାଉତ

1 min
236


ଉଣେଇଶ ଶହ ଛବିଶ ମସିହା

ଅକ୍ଟୋବର ପାଞ୍ଚ ଦିନ

ଜନ୍ମ ଲଭି ଥିଲ ଢେଙ୍କାନାଳ ଜିଲ୍ଲା

ନୀଳ କଣ୍ଠପୁର ଗ୍ରାମ ।


ଗରିବ କୃଷକ ପରିବାରେ ତୁମେ

ଦୁଃଖ କଷ୍ଟ ସାଥେ ବଢ଼ି

ବାର ବରଷରେ ଦେଶ ଜାତି ପାଇଁ

ଦେଇଗଲ ପ୍ରାଣ ବଳି । 


ପ୍ରଜା ଆନ୍ଦୋଳନ ଦମନ ପାଇଁ କି

ବ୍ରିଟିଶ ଫଉଜ ଆସି

ଦମନ କରିବା ପାଇଁ ଯିବା ବେଳେ

ନଦୀ ଘାଟେ ଥିଲ ଜଗି ।


ଅନ୍ଧାର ରାତିରେ ବ୍ରାହ୍ମଣୀ ନଦୀରେ

ପ୍ରଜା ମଣ୍ଡଳ ସିପାହୀ

ସାଜି ସାରା ରାତି ଯାଏଁ ହେ ଏକାକୀ

ତୁମେ ଥିଲ ଜଗି ରହି । 


ବ୍ରିଟିସ ଫଉଜ ଆସି ବାର ଚାହିଁ

ଡଙ୍ଗା ଲୁଚାଇ ରଖିଲ 

ଏ ହେତୁରୁ ତୁମେ ବ୍ରିଟିସ ପୋଲିସ

ଗୁଳିର ଶିକାର ହେଲ ।


ପ୍ରହାରକୁ ଜାରି ରଖି ସେ ଫିରିଙ୍ଗି

ହତ୍ୟା କରିଲା ତୁମକୁ

ହେଲେବି ଅଟଳ ସାହସୀ ବାଳକ

ଡଙ୍ଗା ନ ଦେଲ ତାହାଙ୍କୁ ।


ତୁମରି ଚିତ୍କାର ଶୁଣି ବହୁଲୋକ

ଡେଇଁ ପଡିଲେ ସଂଗ୍ରାମେ

ଦେଶ ଜାତି ପାଇଁ ଦେଲେ ପ୍ରାଣ ବଳି

ମତ୍ତ ହୋଇ ଦେଶ ପ୍ରେମେ ।


ବ୍ରିଟିଶ ଫଉଜ ଗୁଳିରେ ସଭିଏଁ

ତେଜି ଗଲେ ଧରା ଧାମ

ବାର ବରଷର ହେ ବୀର ବାଳକ 

ଘେନ ଜାତୀୟ ପ୍ରଣାମ । 


Rate this content
Log in