ପ୍ରେତ ରହସ୍ୟ
ପ୍ରେତ ରହସ୍ୟ
ବହୁ ଦୀର୍ଘ ଦିନ ଧରି ଏକ ପ୍ରେତ
ପିଶାଚ ରଚଇ ଲୀଳା
ଗ୍ରାମ ପଥ ଗାମୀ ଝରଣା ପ୍ରବାହ
ନିକଟେ ରହି ସେ ଥିଲା ।
ଉତ୍ପ।ତେ ତାହାର ଜନେ ହାଃ ହା କାର
କରି ହୁଅନ୍ତି ଅଥୟ
ଆକୁଳ ଅନ୍ତରେ ଜାଳନ୍ତି ଦେବୀଙ୍କ
ଧୂପ ଦୀପ ସେ ସ୍ଥାନୀୟ ।
ଯେତେ ଉପଚାର କଲେ ବି ତାହାର
ଅନେକ ପ୍ରକାର ଭାବ
ବଢି ଚାଲିବାରୁ ଗୁଣିଆ ଖୋଜି ସେ
ଜନେ ଗଲେ ବହୁ ଠାବ ।
ଅନୁ ସନ୍ଧାନ ଓ ବିଜ୍ଞାପନ ଦେବା
ନାନା ସ୍ଥାନେ ଚିଠି ପତ୍ର
ଆଦି ପଠାଇବା ପରେ ଯାଇ ସ୍ବପ୍ନ
ସମ୍ଭାବନା ର ସେ ଶୀଘ୍ର ।
ଦୂର ଦୃଷ୍ଟି ବଳେ ତକ୍ଷଣେ ସେ ଦିନେ
ପ୍ରାକୃତିକ ଉପାୟରେ
ଦୂରାଈ ଦେବାକୁ ଅନୁମତି ପାଇଁ
ପ୍ରସ୍ତୁତି ହୋଇ ସେ ଠାରେ ।
ଶକ୍ତି ସାଧକ ଟେ ଦେଖା ଦେଇ କହେ
ଖେଦାଇ ଦେବି ମୁଁ ପ୍ରେତ
କାହିଁ ପ୍ରେତ କହ ଅଛି ସେ କେଉଁଠି
ମୋର ସାହସ ଦେଖତ ।
ଛକିଛି ତ୍ରିଶୂଳ ଧରି ମାରି ତାକୁ
ସଫା କରି ଦେବି ସବୁ
ସବାର ହେଉଛି କାହାକୁ ଚିହ୍ନାଅ
କରିବି ନିମିଷେ କାବୁ ।
ଆରମ୍ଭ କରିଲି ପ୍ରେତ ଘଉଡ଼ା ମୁଁ
ଦେଖ ଆରେ ଆରେ ବାବୁ
ଭୁତ ପ୍ରେତ ମନ୍ତ୍ର ଡାହାଣୀକୁ ତନ୍ତ୍ର
କରି ମୁଁ ଜାଣିଛି ସବୁ ।
ଏହା ପରେ ଜନେ ତାକୁ ସେଇ ଭୁତ
ଲାଗିଥିବା ସ୍ଥାନ ମାନ
ଦେଖାଇ ଦେବାରୁ କରି ପୂଜା ପାଠ
ମନ୍ତ୍ର ପଢି କି ଝଡାଣ ।
କରିବା ର ପରେ ସେହି ଦିନ ଠାରୁ
ହୋଇ ଗଲା ପ୍ରେତ ମୃତ୍ୟୁ
ପ୍ରେତ ଲୀଳା ନୃତ୍ୟ ଶୂନ୍ୟ ହୋଇ ଗଲା
ଜନତା ପ୍ରେତ ଉତ୍ପାତୁ ।
ମୁକ୍ତ ହୋଇ ଏବେ ଶାନ୍ତି ଓ ଆନନ୍ଦେ
କରନ୍ତି କାଳ ଯାପନ
ପ୍ରେତ ରହସ୍ୟ ର ଭାର ଭରା ଗପ
ଗପନ୍ତି ସେଠିକ। ଜନ ।
କାହାଣୀ ଆକ।ରେ ଶୁଣା ଯାଉଥାଏ
ଭୟ ଭ୍ରାନ୍ତି ଓ ରୋମାଞ୍ଚ
ସଞ୍ଚାର କରଇ ବର୍ଣ୍ଣନା ଯାହାକୁ
ଶୁଣି ଉଠେ ହୃତ କମ୍ପ ।