STORYMIRROR

Kabiratna Nutan Kumar Behera

Horror Tragedy Thriller

3  

Kabiratna Nutan Kumar Behera

Horror Tragedy Thriller

ଛାତିରେ କୋହ ଆଖିରେ ଲୁହ

ଛାତିରେ କୋହ ଆଖିରେ ଲୁହ

1 min
193


ଛାତିରେ ଚାପି କୋହ ଆଖିରୁ ଝରାଇ ଲୁହ

ମଣିଷ ବଞ୍ଚେ ଏଠି ସହି ସହି ଅତ୍ୟାଚାର 

ଆଲୋକରୁ ଅନ୍ଧକାରକୁ ପେଷି ହୋଇଯାଏ 

ନେପଥ୍ୟରୁ ଶୁଭେ ଖାଲି କାରୁଣ୍ୟଭରା ଆର୍ତ୍ତନାଦ

ନୀରବି ଯାଏ ଗହଳିର ରୁକ୍ଷ କୋଳାହଳରେ

ଶୂନ୍ୟତାର ଛାଇ ଲମ୍ବିଯାଏ ଦୂରରୁ ଦୂରକୁ 

ଅନୁଶୋଚନା ଆଉ ଅବସାଦ କରନ୍ତି ଉପଦ୍ରବ 

ହାୟରେ ମଣିଷ ହୁଏ କି ଅସହାୟ......

ନିଜ ଲୋକ ହୁଏ ପର ଦିଏନା ଟିକିଏ ନଜର

ସ୍ଵାର୍ଥର ଶିକୁଳିରେ ବନ୍ଧା ହୁଏ ସଂପର୍କ

ଭଲ ପାଇବାରେ ତୋଳା ହୁଏ କୁହୁଡ଼ିର ଘର

ଦିବାସ୍ବପ୍ନରେ ଦେଖା ହୁଏ ଆକାଶ କୁସୁମ  

ହେଲା ପରେ ଫାଇଦା ହାସଲ ହୁଏ ସେ ଫେରାର

ଦେଇଯାଏ ହୃଦୟରେ ଭରି ହଳାହଳ ବିଷ

ଆଶା ହୁଏ ନିରାଶା ଭାଷା ହୁଏ ବଚସା

ଦୁନିଆଁରେ ହୁଏ ସେ ନିରାଶ୍ରୟ......

ଭରସା ବିଶ୍ଵାସ ହୁଅନ୍ତି ଅନ୍ତରରୁ ଅନୁଦ୍ଦିଷ୍ଟ 

ଜ୍ବାଳା ଯନ୍ତ୍ରଣାରେ ଦୁର୍ବିସହ ଦୁଃସ୍ଥ ହୁଏ ଜୀବନ

ପ୍ରବଞ୍ଚନା ପ୍ରତାରଣାରେ ଭୋଗୁଥାଏ ଲାଞ୍ଛନା

କାୟାର ମାୟାରେ ଡରାଏ ଅଶରୀରର ଛାୟା 

ଆଗାମୀ ମୁହୂର୍ତ୍ତମାନେ ସାଜନ୍ତି ଆତଙ୍କବାଦୀ 

ଦଳିତ ନିଷ୍ପେସିତ ବର୍ଗ ରୁହନ୍ତି ଅସୁରକ୍ଷିତ

ଭୁଲୁଣ୍ଠିତ ହୁଏ ସବୁ ଇଜ୍ଜତ ମହତ ଆତ୍ମସମ୍ମାନ

ଏ ମଣିଷ ହୁଏ କି ନିଷ୍ଠୁର ନିର୍ଦ୍ଦୟ......

ଦେଇ ଜାଣେ ଛାତିକୁ କୋହ ଆଖିକୁ ଲୁହ

ହୃଦୟକୁ ତାର ପାଷାଣ କରେ ଲୋଭ ମୋହରେ 

ବୁଝେନା ଆତ୍ମୀୟତାର ସଂପର୍କ ମଧୁର ପବିତ୍ର

ମାନବିକତାର ଅନ୍ତରାଳେ ବର୍ବରତାର ଛଦ୍ମମୁଖ

ସାନ୍ତ୍ଵନା ଅନୁକମ୍ପା ସହାନୁଭୂତି ହୁଏ କେବଳ

ସମୟକୁ ଆଖି ଠାର ମାରିବାର ଔପଚାରିକତା

ଜୀବନର ଗତିପଥ ହୁଏ ତା'ର ନିମ୍ନମୁଖୀ

କ୍ରମ ବିକାଶରେ ଏ କି ଅନ୍ତରାୟ....।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror