STORYMIRROR

Sunanda Mohanty

Abstract Horror Others

3  

Sunanda Mohanty

Abstract Horror Others

ପ୍ରଦୂଷଣ

ପ୍ରଦୂଷଣ

1 min
194


ବାହାରେ ନୁହେଁ ଭିତରେ ଏତେ ଅସ୍ୱଛ

ହିଂସା ରାଗ ଦ୍ୱେଷ ସତ ଓ ମିଛ

ନିଦ ଯାଉଛି ଦୂରେଇ ଶାନ୍ତି ଖୋଜୁଛି ଜୁଇ

ହସ ଆଉ ହୋଇ ରହୁନି ନିଜର

ଲୁହ ବୋଲ ମାନୁନି ପରିତାପର

 ଅନୁତାପ ସଂଜ୍ଞା ବଦଳି ଗଲାଣି ଚୁଲିକୁ

ନଈର ଅଳିଆ ବନ୍ୟା ଯେମିତି ଧୋଇନିଏ

ମନର ଅହଙ୍କାର ଧୂଆଁ ଶରୀର ଜଳାଏ

ଏ ରୋଗ ସବୁକୁ ଔଷଧ କାହିଁ

ପାଣି ପିଇ ପାରିବା ଛାଣି

କଥା କହିପାରିଲେ ମିଠା ଚଳିବନି

କପଟ ଛଳନା ଭରି ମନେ

କିଏ ବୁଝିବ କେତେ ଦିନେ ମନରେ ସୁନାମୀ

ହୃଦୟରେ ବନ୍ୟା ବାତ୍ୟା ମରୁଡି

ଆୟୁଷ ଥାଉ ଥାଉ ଜୀବନ ଯିବ ଚାଲି

ମନଖୋଲି ହସିବାକୁ ଦି ଘଡି ବଞ୍ଚିବାକୁ

ଆଉ ସମୟ ନୁହେଁ ସ୍ୱଚ୍ଛତା ହିଁ ନାହିଁ

ଜଳ ବାୟୁ ପବନ ପରିବେଶ ପରି

ଗଦା ଗଡା ଅଳିଆ ଭିତରେ

ବାହାର ସଫା କରିହେବ ଭିତରୁ କିଏ ସେ କାଢିବ

ଗୁରୁବାର ଚିତା ପଇତା ଶୁଦ୍ଧତାରୁ

ମନ ମୁନ ଚୈତନ୍ୟ ଆବୋରି ଭାବ ଭକ୍ତିରୁ

ଅହଂ ଦୂରେଇ ନିର୍ମଳ ନକଲେ

ତାରା ଫୁଲ ଫୁଟିବାର ସମ୍ଭାବନା ଭିତରେ

ଏ ଜନ୍ମରେ ନହେଲେ ହେବକି ଆଉଥରେ

ପୂର୍ବ ପର ଜନ୍ମ ଅଛି କିଏ ଦେଖିଛି ସତରେ

ପ୍ରଦୂଷିତ ବାତାବରଣ ଅଣନିଶ୍ୱାସୀ କରେ

ଭିତରେ ବାହାରେ ଏବେ ଜନ୍ମ ଓ ମୃତ୍ୟୁରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract