STORYMIRROR

ଲୋଚନ ମେହେର

Horror Inspirational Thriller

3  

ଲୋଚନ ମେହେର

Horror Inspirational Thriller

ବର୍ଷା ଆଶଙ୍କା

ବର୍ଷା ଆଶଙ୍କା

1 min
211

ଶ୍ରାବଣ ଆକାଶେ ଧଳା ଧଳା ମେଘ

   ତଳେ ଚାଷୀର ହୃତପିଣ୍ଡ,

ମେଘ ଭରା ଆକାଶ ପୃଷ୍ଟକୁ ଅନାଇ ରହିଛି 

    ଚାଷୀର ବିରଳ ମନ ।


ଭେଳା ଭେଳା ମେଘର ଶେଯରେ

    ଟୋପା ଟୋପା ଜଳ ବିନ୍ଦୁ,

ବାମ୍ଫ ହୋଇ ସବୁ ମିଶି ଯାଉଅଛି

    ସମୁଦ୍ରରେ ଜଳ ବିନ୍ଦୁ ।


ଚାଷ କରିବାକୁ ବାହାରିଲା ବେଳେ 

   ଦୂର ପାହାଡ଼ଟି କୁହୁଲୁଛି,

ବର୍ଷା ହେବ ବୋଲି ଆନନ୍ଦ କମ୍

   ଆଶଙ୍କା ବେଶୀ ବଢୁଛି ।

କାରଣ

ଅଧିକ ବର୍ଷାରେ ନଷ୍ଟ ହୋଇଯିବ 

   ଗଛ ସହ ଚାଷଜମି,

ଚାଷ କାର୍ଯ ସବୁ ହୋଇପାରିବ ନି

   ବରଷା ଗଲେ କମି ।


ଭୟ ଆଶଙ୍କାରେ କରୁଥାଏ ଚାଷ

   ହଲ ନଙ୍ଗଲକୁ ଧରି,

ବିଜୁଳି ସହ ବରଷା ହୋଇଲା 

   କ୍ଷେତ ସବୁ ଗଲା ପୁରି ।


Rate this content
Log in

Similar oriya poem from Horror