ଶୀତର ପହିଲି ଛୁଆଁ
ଶୀତର ପହିଲି ଛୁଆଁ
ଅତଳ ସ୍ପର୍ଶି ଗଭୀର ପର୍ଣ୍ଣର ସାଗର ରେ,
ଅବୋଧ ଶିଶୁଟିଏ ହଜିଗଲା ପରି
ସହରର ଅଚିହ୍ନା ଗଳିରେ,
ଲକ୍ଷ୍ୟହୀନ ପଥିକ ସଦୃଶ,
ଖୋଜିବୁଲେ ତୁମକୁ ଏ ମନ
ପୁଣି ଶୀତର ଆଗମନରେ ।
ଅଭୁଲା ସ୍ମୃତି ଘନ କୁହେଲିକା ସମ,
ସେ ଦୀର୍ଘ ରଜନୀରେ
ଚନ୍ଦ୍ରମାର କୋମଳ ଜୋଛନା ରେ
ତୁମ ସ୍ପର୍ଶ ଓ ନିଃଶ୍ୱାସର ଉତ୍ତାପରେ
ସମର୍ପି ଥିଲି ମୋ ସତ୍ତା,
ଶୀତର ଆଗମନରେ ।