STORYMIRROR

Prahallad Sahoo

Horror Tragedy Classics

3  

Prahallad Sahoo

Horror Tragedy Classics

ଟ୍ରେନରେ ଶେଷ ଯାତ୍ରା

ଟ୍ରେନରେ ଶେଷ ଯାତ୍ରା

1 min
182

ପିତା ଖୋଜୁଛି ସବ-ସମୁଦ୍ରରେ 

  ନିଜ ପୁତ୍ରର ଅପାଶୋରା ମୁହଁ

ମାଆ କାନ୍ଦୁଛି ନପାଇ ତା' ଝିଅ 

  ଚାରିଆଡେ ଦେଖେ ମଲାଜହ୍ନ ।

   

ଭାଇ କାନ୍ଦୁଛି ନିଜ ଭାଇକୁ ହରେଇ

ବାହାନଗା ଝୁରୁଛି ଆତ୍ମୀୟ ହଜେଇ।


ଅନାଥ ହୋଇଗଲା ସେ କଁଅଳ ଶିଶୁ 

ଯିଏ ଭଲକରି କାନ୍ଦିବା ଶିଖି ନଥିଲା;

ଲିଭିଗଲା ତାର ସେ ଜୀବନ ପ୍ରଦୀପ 

କଥା ଦେଇ ଯେ କଥା ରଖି ନପାରିଲା ।


ଅନାଥ ହୋଇନାହିଁ ସେ କଁଅଳ ଶିଶୁ

ଅନାଥ ହୋଇଛୁ ତୁ ଆହେ ଜଗନ୍ନାଥ;

ଶ୍ରୀହୀନ ନୁହେଁ ସେ ବାହାନଗା ପଥ

ଶ୍ରୀହୀନ ହୋଇଛି ଆଜି ଶ୍ରୀମନ୍ଦିର। 


ହେ ଜଗତ ଠାକୁର, 

ବାର ମାସେ ତେର ପର୍ବ ଆନନ୍ଦରେ ପାଳି 

ଜଗତ ଯାକର ପ୍ରଶଂସା ନେଉଛୁ ତୋଳି।


କେଉଁ ଅଶୁଭ ବେଳରେ ରାତି ପାହିଥିଲା 

ରକ୍ତପିପାସୁ ବୈଦୁତିକ ଶକଟାସୁର ପଞ୍ଝାରେ 

ବାହାନଗା ରକ୍ତ ରଞ୍ଜିତ ହେଲା ।


ଏହି କି ତୋ ବୁଝିବା ଶକ୍ତି 

    ଅକାଳରେ ଦେଉ ବାଧା;

ବୁଝିବାକୁ ଭକ୍ତ ମନକଥା 

   କାହିଁକି ତୋ ମନେ ବ୍ୟଥା?


ବିଦେଶରୁ ଫେରି ହାତକୁ ଦି'ହାତ 

ହେବା ପାଇଁ ଯିଏ ଦେଇଥିଲା କଥା;

ଅକାଳରେ ନେଇଗଲୁ ଅମଡା ପଥେ 

ତା ପାଇଁ ରାଜନନ୍ଦିନୀ ହୃଦେ ବ୍ଯଥା ।


କରି କରାଉ ଥାଇ ତୁହି, 

  ତୋ ବିନୁ ଅନ୍ଯ ଗତି ନାହିଁ।

ଦେଖି ଅଦେଖା ହେଉ ତୁ, 

  କିମ୍ପା ବଡ ଆଖି ଅଛୁ ବହି।।


ଉଜୁଡି ଗଲା ସେ ହସ ଖୁସିର ସଂସାର,

ହଜିଗଲା ନୂଆବୋହୁ ସୀମନ୍ତିନୀରୁ ସିନ୍ଦୂର।


ଜୀବ ଥିବା ଯାଏ ଆଖି ନ ଦେଖୁ ଏ ଦୁଃଖ 

ଯେଉଁଠି ରକ୍ତେ ହୁରି ଖେଳିଛି ଲୌହ ଦାନବ।


କିଏ ବା ଜାଣିଥିଲା କେଉଁ ଜନ୍ମରେ 

କି କର୍ମ କରିଥିଲା କିଏ ;

ଭାଗ୍ଯକୁ ଆଦରି ବିନା ଦୋଷରେ 

ଜୀବନ ହରେଇଲା ସିଏ।


ଧନ୍ଯ ତୋର ପ୍ରଭୁ ପଣ ହେ ମହାବାହୁ 

ଯାହାଲାଗି ବିଶ୍ୱରେ ପଡୁଥିଲା ହୁରି;

ତୋରି ପାଇଁ ଆଜି ଅକାରଣ ସେ ସବୁ 

କାହିଁକି ଅଣଦେଖା କଲୁ ହେ ଶ୍ରୀହରି? 


କି ଦୋଷ କରିଥିଲେ ସେମାନେ

କରମଣ୍ଡଳ ଦେଲା କୃତକର୍ମର ଫଳ;

ଜନ୍ତୁରାଣ ବୈଦୁତିକ ଶକଟରେ 

ହସେ ହୋଇ ଆନନ୍ଦ ବିଭୋର ।


କେତେ ମୃତ ଶରୀର ସାଜିଲା ସବ'ର ସହର

ସେ ସହରେ ଚିହ୍ନା ମୁହଁ ଅଚିହ୍ନା ହୋଇଗଲା;

କେଉଁ ଏକ ରକ୍ତମୁଖା କ୍ଷୁଧାର୍ତ ଜାନ୍ତବ କ୍ଷୁଧାର

ସମୟ ସ୍ଥାନ ବ୍ଯକ୍ତି ବିଶେଷ ନିଶ୍ଚିହ୍ନ ହେଲା। 


ହିନ୍ଦୁ, ମୁସଲମାନ, ଜୈନ, ଖ୍ରୀଷ୍ଟିଆନ 

ସର୍ବେ ମିଳିମିଶି ରକ୍ଷା କରିଛନ୍ତି 

ଚିନ୍ତି ଭାଇ ବନ୍ଧୁ ସମସ୍ତଙ୍କୁ ---।

ହେ ଅନାଥର ନାଥ, ତୁ ତ ଶତୃ ସାଜିଲୁ 

ବନ୍ଧୁ ପଣେ ତୋତେ ଡାକିଥିଲି

ସାହା ହେବୁ ଆଉ କେଉଁ କାଳକୁ ---?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror