STORYMIRROR

Dr. Rajib Lochan Panigrahy

Horror Fantasy Inspirational

3  

Dr. Rajib Lochan Panigrahy

Horror Fantasy Inspirational

ବଡ଼ ସିଂହାର ବେଶ

ବଡ଼ ସିଂହାର ବେଶ

1 min
170

ଜଗତର ନାଥ ସେ ଜଗନ୍ନାଥ

ଭାରି ଛଳିଆ

ମାନବୀୟ ଲୀଳା ଲଗାଇ

ନୀଳ କନ୍ଦରେ ଉଭା

ବାର ମାସେ ତେର ଯାତରେ

ହୁଏ ତାହାର ପୂଜା

ଭକତ ଭାବରେ ବନ୍ଧା ସେ

ଅଟେ ଚକାଡୋଳିଆ

ଶୃଙ୍ଗାର ବେଶରେ ସଜାଇ

ହୋଇ ଭକତ ମୋହେ

ବଡ ରଙ୍ଗିଲା ସେ କୁସିଆଁ

ଭାରି ରାସ ରସିଆ

ଦେଖିବାକୁ ବଡ଼ ସିଂହାର

ବେଶ ଭକତେ ଉଭା

ଚକ୍ଷୁ ଯୁଗଳକୁ ଭକତ ପଖାଳେ

ଦେଖି ସିଂହାର ବେଶ

ଭକ୍ତଙ୍କୁ ଟାଣଇ କାଳିଆ ପିନ୍ଧି

ସିଂହାର ବେଶ

ବଡ ମନୋରମ ବେଶ ତା

ନାଶେ ଜନ୍ମ ପାତକ

ବଡ଼ ସିଂହାର ବେଶରେ ଦିଶେ

ନବ ଯୌବନ

ଅଲୌକିକ ଲାଗେ କାଳିଆ

ସେ ତା ଭାରି ଛଳିଆ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror