STORYMIRROR

Prahallad Sahoo

Horror Tragedy Action

3  

Prahallad Sahoo

Horror Tragedy Action

ଯୁଦ୍ଧ

ଯୁଦ୍ଧ

1 min
112

ସମୟର ବିପରୀତ ଅଭିମୁଖୀ ହେବା 

ଯୁଦ୍ଧକୁ ସ୍ବୟଂ ଆହ୍ବାନ କରିବା 

କାଲି ପର୍ଯ୍ୟନ୍ତ ଯିଏ ମିତ୍ର ଥିଲେ 

ଆଜି ଜୀବନର ବଡ ଶତ୍ରୁ ପାଲଟିଗଲେ

ଏସବୁ ସେହି ସମୟର ଖେଳ

ଆଉ ସେହି ସମୟକୁ ଅଟକାଇବାର ପ୍ରୟାସ 

କେବଳ ସେହି ସୃଷ୍ଟି କର୍ତ୍ତାଙ୍କର ହିଁ ଖେଳ।

କି ଅବା ପ୍ରୟୋଜନ ଯୁଦ୍ଧରେ ରକ୍ତପାତ

ଯଦି ସ୍ଥିର ଚିତ୍ତେ ହୋଇପାର ସନ୍ତୋଷ୍ଟ?

କି ଅବା ପ୍ରୟୋଯନ ଯୁଦ୍ଧରେ ପରାସ୍ତ 

ଯଦି ଯୁଦ୍ଧର ଅବ୍ଯବହିତ ପୂର୍ବ ହୋଇଯାଅ ନିରସ୍ତ୍ର?

ଯୁଦ୍ଧ ରେ ନମିଳିବ କେବେ ଶାନ୍ତି

କେବଳ ରକ୍ତପାତ ସଂହାର ଲହୁଲୁହାଣ

ଲଢିବାର ଅଛି ଯଦି ଲଢି ଶିଖ ଦୁର୍ଗୁଣ ସଙ୍ଗେ

ଦେଖିବ ଜୀବନ କେତେ ସରଳ ମଧୁମୟ

ଅନୁଭବ କରିବ ପ୍ରକୃତ ଯୁଦ୍ଧର ପରିଣାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror