ରେଳ ଦୁର୍ଘଟଣା
ରେଳ ଦୁର୍ଘଟଣା
ବିଜ୍ଞାନ ବହୁତ ଉନ୍ନତି କରିଛି
ରେଳ ବଗି ଓ ଧାରଣା
ବହୁତ ଉନ୍ନତ ହୋଇଛି
ଦୁର୍ଘଟଣା ପାଈଁ
ଇଞ୍ଜିନ ଆଗରେ
ଯନ୍ତ୍ରଟିଏ ଏବେ ଲାଗୁଛି
ରେଳ ଧାରଣା କଡେ
କେତେଯେ କେମେରା ଲାଗିଛି
ଧାରଣା କଡରେ
ସଚେତକ ବତୀ
ଆପେ ପରିଚାଳିତ ହେଉଛି
ହେଲେ ଏତେ ମର୍ମାନ୍ତୁଦ
ରେଳ ଦୁର୍ଘଟଣା ଏତେ ଏତେ
କାହିଁକି ହେଉଛି
ବାହାନଗା କଥା ମନରୁ ଲିଭିନି
ଆନ୍ଧ୍ର ସୀମାନ୍ତରେ
ତିନୋଟି ରେଳ ବାଡେଇ ହୋଇଛି
ଲୋକଙ୍କ ମନରେ ଛନକା ପଶୁଛି
ଦୁରଯାତ୍ରା କରିବେ ନାହିଁଟି
ଘରେ ଥିଲେ କାଳେ
ମରି ତ ନଥାନ୍ତେ
ରେଳ ଦୁର୍ଘଟଣାରେ
ମରିଲେ ହେଲେବି
ଶରୀରଟା ଖିନଭିନ
କାହାର ଶରୀର ଆଉ
ଜାଣି ହେଉ ନାହିଁଟି,
ସବୁ ରାଜନୀତି ଚାଲିଛି
ଜନତା ମରିଲେ ଆମର କି ଯାଏ
ଭୋଓଟ ଆମଜୁ ମିଳୁଛି,
ଭୋଓଟ ଦେବାଯାଏଁ
ଜନତା ଆମର ଆମେ ଜନତାର
ଦୁଆରେ ଆମର ନୀଳବତୀ
ଲାଗି ରହୁଛି,
ଭୋଓଟ ସରିଲେ
ଜନତାଙ୍କୁ ଆଉ କିଏ ବା ପଚାରେ,
ଆମରି ଦୁଆରେ
ନାଲି ବତୀ ଖାଲି ଜଳୁଛି,
ଦୁର୍ଘଟଣା ହେଲେ ଆମେ
ଦାୟୀ ନୋହୁଁ
ସବୁ ପ୍ରଶାସନ କରୁଛି,
କେତେ ଯନ୍ତ୍ରୀ, ଚାକିରିଆ
ବଳୀ ପଡନ୍ତି ଏଠି
ସବୁ ଧନ୍ଦା ଆମେ କରୁଥାଇ,
ନେହେଲେ କାହାକୁ
ଅନୁକମ୍ପା ଦେଖାଇବୁ
ଭୋଓଟ ରାଜନୀତି ପାଇଁକି,
ଭୋଓଟ ବେଳ ଆସୁଛି
ଏମିତି ଆହୁରି
କେତେ ଯେ ହୋଇବ
ଖାଲି ଦେଖୁଥାଅ ରହିକି ।

