ପାଣି
ପାଣି
ପଞ୍ଚଭୂତ ମଧ୍ଯେ ଏକ ଉପାଦାନ
ପାଣି ଅଟେ ଭାଇ ଜାଣ
ପାଣି ବିନା କେହି ବଞ୍ଚିବେନି ବୋଲି
କହନ୍ତି ତାକୁ ଜୀବନ ।
ନିଜ ସ୍ବାର୍ଥ ମାନ ସାଧନ ପାଇଁକି
ପାଣି କରୁଛୁ ଦୂଷିତ
ଜଳାଶୟେ ମିଲେ ନାହିଁ ସ୍ବଛ୍ଛ ପାଣି
ଏକି ଆମ ମଣିଷତ୍ବ ।
ଜଙ୍ଗଲକୁ କାଟି ପଦା କରୁଅଛୁ
ରହୁନାହିଁ ସନ୍ତୁଲନ
ବର୍ଷାନୁବର୍ଷ ଯେ ବଢ଼ି ଓ ମରୁଡ଼ି
ନେଉଛି ଧନ ଜୀବନ ।
ଭୂତଳ ଜଳ ଯେ ଦିନୁଦିନ ଦେଖ
ହେଉଅଛି ନିମ୍ନଗାମୀ
ଯେତେ ଖୋଲିଲେବି ପାଣି ଆସୁନାହିଁ
ଦେଖି ଲାଗୁଛି ଭାଲେଣି ।
ପ୍ରକ୍ରୁତିର ବରଦାନ ଅଟେ ପାଣି
ତାକୁ ନ ପାରୁଛୁ ଚିହ୍ନି
ନିଜ କଲାକର୍ମ ଦୋଷ ପାଇଁ ଆଜି
ପାଣି ପିଉଅଛୁ କିଣି ।
ଜଳକୁ ଦୂଷିତ ନ କରିଣ ସ୍ବଛ୍ଛ
ରଖି କରିବା ସଞ୍ଚୟ
ନ ହେଲେ ଆମର ଉତ୍ତର ପିଢ଼ିଏ
ଆମକୁ ନିନ୍ଦିବା ଥୟ ।

