STORYMIRROR

Sunanda Mohanty

Abstract Horror Thriller

3  

Sunanda Mohanty

Abstract Horror Thriller

ଚପଳା

ଚପଳା

1 min
188

ଚପଳା ତୁମେ ବର୍ଷାର ସଖି

ନା ବର୍ଷା ତୁମ ସଖି କୁହ ଚଞ୍ଚଳା

ଗତି ତୁମ କ୍ଷୀପ୍ର ଚଡଚଡ଼ି ନାମ

ପୃଥିବୀକୁ ଆସ ଖେଳାଇ ମେଖଳା

ଲାଗେ କେବେ ଡର ଲାଗେ ଥରହର

ବର୍ଷା ସମ୍ଭାବନାର ତୁମେ ଉତ୍ପଳା

ଗ୍ରାମ ହେଉ ଅବା ସହର ଆଲୋକିତ

ତୁମେ ଆସିଗଲେ ଅବଳା

ତୁମ ପଛେ ପଛେ ଘଡଘଡି ବଜାଏ ବାଜା

ଚପଳା ତୁମେ ମେଘ ମଲ୍ହାର ଛଇଳା

ତୁମେ ଆସିଗଲେ ଭୟଭୀତ ସର୍ବେ

ଛଡେଇ ନିଅନା ଜୀବନ କାହାର ରେ ବାଳା

ଚପଳା ତୁମେ ଚାଷୀର ଆଶଙ୍କା ଶୃଙ୍ଖଳା

ବର୍ଷାରାଣୀ ର ଆଗମନ ଦର୍ଶେଇ ଆସୁ

ଚିକମିକ ତୋର ଗଭା ଗଜରା ମେଖଳା

ଆସଗୋ ଚପଳା କରନା ବାଉଳା

ମେଘ ସବାରୀରେ ଆସୁ ମେଘଵାଳା 

ତୋ ବନ୍ଦାପନା କରୁଛୁ ଚପଳା

ମେଘ ଓ ବର୍ଷା ଆଗମନେ ଆମେ ବାଉଳା

କାଗଜ ଡଙ୍ଗାଟା ଥରହର କରେ

ଚପଳା କୁ ଦେଖି ବୃଦ୍ଧବନିତା ଗୁନ୍ଥି ଫୁଲମାଳା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract