STORYMIRROR

Manaswinee Dash

Horror

3  

Manaswinee Dash

Horror

ସେଇ ରହସ୍ଯ ମୟ ରାତି

ସେଇ ରହସ୍ଯ ମୟ ରାତି

1 min
160

 ଦିନେ ମଧ୍ଯ ରାତ୍ରିରେ କରିବାକୁ ପଡିଲା ଯାତ୍ରା, 

ଏକାକୀ ଯାଉଥାଏ ନଥିଲା କେହି ଆଶ୍ରା, 

ରାସ୍ତାରେ କୋକିଶିଆଳିର ସେଇ ହୁକେହୋ ସ୍ବର, 

ମନରେ କଲା ଭୟ ସଂଚାର। 


ଝିନ୍କାରିର ସେଇ ଝିଁ ଝିଁ ଶବ୍ଦ, 

ଗାଡିର ଶବ୍ଦ ସତ୍ବେ ବି କରୁଛି ଉନ୍ମାଦ, 

ଘନ କଳା ସେଇ ଅମାବାସ୍ଯା ରାତି, 

ମନରେ କରୁଛି ଭୟ ସବୁ ପ୍ରତି। 


ଶୂନ୍ଶାନ୍ ରାସ୍ତା, 

ଆଗ କି ପଛକୁ କରୁନି କିଛି ଯାନବାହନ ଗସ୍ତ, 

ଯଦିଓ ରାସ୍ତା ଟା ଖାଲି,

ଜଣେ ନାରୀ ହାତ ମାରିଲା ଦେଖିଲା। 


ନାରୀ ହେଇ ନାରୀକୁ କିପରି କରିବିନି ସାହାୟତା, 

ଅନତି ଦୁରରେ ଛାଡିବା ହେଲା କଥା, 

କଥା ବାରତା ରେ ସମୟ ଗଲା ବିତି, 

କହିଲା ରଖିଦିଅ ଗାଡି ମୁଁ ଚାଲି ଯିବି ଅନତି। 


ଗାଡି ଗଲା ଓଲ୍ହାଇ, 

ଆଗକୁ ଗାଡି ନେଲି ଧୀରେ ମଡେଇ, 

ପରବର୍ତି ମୁହୁର୍ତ୍ତରେ ଦେଖିଲି ପଛକୁ ଅନେଇ, 

କବରସ୍ଥାନ ଥିଲା ସେହି। 



ଗୋଡତଳୁ ମାଟି ଗଲା ଖସି, 

ଭୂତଟି ଥିଲା ଯାତ୍ରା ସାଥୀ, 

ଗାଡି କବରସ୍ଥାନ ରୁ ଆଗକୁ ବଢେଇ, 

ପବନ ବେଗରେ ଗଲି ପଳେଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror