STORYMIRROR

Kshitish Jena

Abstract Horror Inspirational

3  

Kshitish Jena

Abstract Horror Inspirational

ନାନା ରୂପେ ନାରୀ

ନାନା ରୂପେ ନାରୀ

1 min
143

ନାରୀ କେବେ ସୁଖ ଦୁଃଖ

ସାଥୀ ହୁଏ ସ୍ୱାମୀର

କେବେ ମାଆ ହୋଇ ସନ୍ତାନକୁ

ଦିଏ ବକ୍ଷରୁ କ୍ଷୀର

ବାପ ଘରେ କିଛି ଦିନ

ରହିଥାଏ ଝିଅ ହୋଇ

ବୋହୂ ହେଲା ପରେ ଚଳେ

ସଭିଙ୍କର ମନ ନେଇ

ଦୁଇ କୁଳ ହିତ ପାଇଁ

ନିଏ ନାରୀ ଜୀବନ

ନାରୀଙ୍କୁ ସମ୍ମାନ ଦେଲେ

ବଢ଼େ ଦେଶର ମାନ ।


ନାରୀ ସାଥେ ବ୍ୟଭିଚାର

କରିଥାଏ ଯେଉଁ ନର

ଶାନ୍ତିରେ ରହେନି କେବେ

ହୁଅଇ ସେ ନାରଖାର

ଯାଚିଲେ ଅମୃତ ବାରି

ଲାଗେ ତାକୁ ବିଷପରି

ଭୁଲି ପାରେ ନାହିଁ ନାରୀ

ସେହି ଅଭୁଲା ଚିହ୍ନ

ନାରୀଙ୍କୁ ସମ୍ମାନ ଦେଲେ

ବଢ଼େ ଦେଶର ମାନ ।


ନାରୀ ଓଠେ ହସ ଦିଏ ଯେ ପୁରୁଷ

ବରଷକ ବାରମାସ

ସେ ହସରୁ ଝରେ ସରଗ ସୁଷମା

ଦେବତା ହୁଅନ୍ତି ବଶ

ନଭାବ ଦୁର୍ବଳା ନାରୀ

ଦିନେ ଦୁର୍ଗା ରୂପ ଧରି

କରିଥିଲେ ମହୀରୁ ସେ

ଦୁଷ୍ଟ ପାପୀ ନିଧନ

ନାରୀଙ୍କୁ ସମ୍ମାନ ଦେଲେ

ବଢେ ଦେଶର ମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract