STORYMIRROR

Nirupama Tarai

Abstract Horror Thriller

3  

Nirupama Tarai

Abstract Horror Thriller

ଶ୍ମଶାନ

ଶ୍ମଶାନ

1 min
130


ମୃତ୍ୟୁ ପରେ ସେତ ରହିଛି ଚାହିଁ

ଅତିଥି ସ୍ବାଗତ କରିବା ପାଇଁ।

ଜଳୁଥିବ ସେଠି ହଜାର ଯୁଈ

ଗର୍ବ , ଅହଙ୍କାର ରହିବ ନାହିଁ।


ଧନୀ ଗରିବ କୁ ଆଦରି ନିଏ,

ସମସ୍ତ ଙ୍କ ପାଳି ଆଡକୁ ଚାହିଁ।

ସୁନା,ରୂପା ଘରଦ୍ୱାର ରହିବ

ପତ୍ନୀ,ପିଲା ସବୁ ଦୂର ହୋଇବ।


ମାନ, ଅପମାନ ଧ୍ବଂସ ପାଇବ,

ରକ୍ତ ମାଂସ ହାଡ଼ ପାଉଁଶ ହବ।

ଲକ୍ଷ ଲକ୍ଷ ଧନ ପଡ଼ି ରହିବ।

ଭୋଗ କରିବାକୁ କେହି ନଥିବ।


ଖରାପ କାମ ରୁ ହୁଅ ନିବୃତ।

ଈଶ୍ୱରଙ୍କ ପାଦେ ହୁଅ ଆଶ୍ରିତ।

ଦିନ ଥାଉ ଥାଉ ଆସ ବାଟକୁ,

ନଥିବ ଭାବିଲେ ପରେ ପଛକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract