ସ୍ମୃତି ଏକ ମେଘୁଆ ଦିନର
ସ୍ମୃତି ଏକ ମେଘୁଆ ଦିନର
ଝରା ଶ୍ରାବଣର ମେଘୁଆ ଦିନର
ସ୍ମତି ଟିଏ ଭାସି ବୁଲେ
କେଡେ ଭୟଙ୍କର ଦୁଃଖ ଦାହ ଭରା
ହୂଦୟ ଭୟରେ ଭରେ ।
ଝଡି ଘୂର୍ଣ୍ଣି ବାତ୍ଯା ସମୟର କଥା
ଅଚାନକ ନଈ ବଢି
ଘଟି କାହିଁ କେତେ ହରିଛି ନିମିଷେ
ଧନ ପ୍ରାଣ ଆସି ମାଡି ।
ଉଚ୍ଚ ବୂକ୍ଷ ଶାଖେ ଆରୋହି ନିରେଖେ
ହୋଇ ଅତି ଦୟନୀୟ
ଯାପିଛନ୍ତି କେତେ ଥାଇ ଅର୍ହ ନିଶେ
ଆହା ! କେଡେ ମର୍ମ ଦାହୀ ।
ପିଲା , ବୁଢା ,ଯୁବା , ସ୍ତୀରୀ ନାରୀ କେ ବା
ସଭିଏ ଗଛ ଉପରେ
ମେଘ ବରଷାକୁ ଅଛନ୍ତି ବିତାଇ
ରହି ଭୋକେ ଅନାହାରେ ।
କି ! କରୁଣ ଚିତ୍ର ମେଘୁଆ ଦିନର
ନିମିଷକେ ରଚେ ବଢିଁ
ପୁରି ରହି ଥାଏ ଯେଣୁ କି ଜଳରେ
ଜଳାଶୟ ବିଲବାଡି ।
ବୂକ୍ଷ ଲତା ପଶୁ ପକ୍ଷୀଙ୍କୁ ନିଅଇ
ଭସାଇ ତୀବ୍ର ତରଙ୍ଗେ
ଶସ୍ଯ କ୍ଷେତେ ବାଲି ଚରି ଯାଇ ଚାଷୀ
ଦୋଷ ଦେଇ ଥାଏ ମେଘେ ।
ଆଦ୍ର ଓ ଦାରୁଣ ସରୀସୂପ ପୂର୍ଣ୍ଣ
ପରେବେଶେ ବସି କାଳ
ଯାପି ବାକୁ ହୁଏ ରହି ଅନ୍ଧାର ରେ
ଆହା କେଡେ କଷ୍ଟକର ?

