STORYMIRROR

Ranjit Sahu

Horror Tragedy Children

3.1  

Ranjit Sahu

Horror Tragedy Children

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
187


ଆଖିରେ ଲୋତକ ମୁଖରେ ଆତଙ୍କ,

ପଥର ଖଣିରେ ହଜଇ କୋହ,

ଭବିଷ୍ୟତ ତା'ର ଅଜଣା କାହାଣୀ, 

ଉତ୍ତାପରେ ପଡେ ମଳିନ ଦେହ I 


ଖେଳିବା ବୟସ ହସେନା ଘାସରେ,

ମାଟି ପଥରରେ ସରେ ତା ଦିନ,

ସଂଗ୍ରାମରେ ମାତି ଛୋଟ ପିଲା କରେ ,

ଅର୍ଥ ଲାଗି ଅର୍ଥହୀନ ଜୀବନ I 


ପାଠ ପଢା ସତେ ବିଳାସର କଥା,

ଚାଟଶାଳୀ ପୁଣି ହୁଏ ବାରଣ,

ପରିବାର ଲାଗି ଶ୍ରମିକ ସାଜେ ସେ,

କରି ଦାୟିତ୍ଵ ମୁଣ୍ଡରେ ଧାରଣ I 


ଯାହାର ଜୀବନେ, ସୁଖର କାରଣ,

ମୁଠାଏ ଅନ୍ନ, ଛିଣ୍ଡା ପରିଧାନ, 

ମୂଲ ବିନା ସିଏ ସମସ୍ୟାର ତା'ର 

କେଉଁଠି ପାଇବ କି ସମାଧାନ । 


ପେଟର ଭୋକର ଯନ୍ତ୍ରଣା ଯାହାର,

ହାତରେ ଧରାଏ ଶକ୍ତ ପାଷାଣ,

ଖଣିରେ ଦାଦନ ସାଜି ସେ ସନ୍ତାନ,

ଖୋଜେ ବଞ୍ଚିବାର ନିତି କାରଣ I 


ଫାଟୋଇ ଯେଉଁଠି ଛାତି ଧରିତ୍ରୀର,

ଯେଉଁଠି ଗିରି ପାଲଟେ ପଥର, 

ସ୍ଵପ୍ନ ଭାଙ୍ଗିବାର ଶବ୍ଦଟିଏ ଶୁଭେ,

ପ୍ରତିଧ୍ଵନିରେ ପ୍ରତି ଆଘାତର I 


Rate this content
Log in

Similar oriya poem from Horror