STORYMIRROR

Sunanda Mohanty

Drama Horror Thriller

3  

Sunanda Mohanty

Drama Horror Thriller

ସାମାଜିକ ବ୍ୟାଧି

ସାମାଜିକ ବ୍ୟାଧି

1 min
165


ଯୌତୁକ ଯୁଇରେ ଛଟପଟ

ହେଲାବେଳେ ନାରୀ

ସମାଜ କୋଉଠିଥାଏ

ପଚାରିନି କାହିଁ କିଏ

ପୀଡ଼ିତା ସାଜି ଅବଳା

ହସ୍ପିଟାଲ ଯେବେ ଯାଏ

ସମାଜ କୋଉଠି ଥାଏ

କଣ କରିଛି କେ ଆଜିଯାଏଁ

ଦୁଷ୍କର୍ମ ନାମରେ ନାରୀର ଲାଞ୍ଛନା

ଦେଖି ଶୁଣି ନାହିଁ କିଏ

ସମାଜ କୋଉଠି ଥାଏ

ବଧୂ ହତ୍ୟା ନାରୀ ନିର୍ଯ୍ୟାତନା

ପଢ଼ିନି ଦେଖିନି କିଏ

ସମାଜ କୋଉଠି ଥାଏ

ପରିବାର ହୁଏ ଶତ୍ରୁ ନାରୀର

ଅନୁଭବ କରିନି କିଏ 

ସମାଜ କୋଉଠି ଥାଏ?

ଆଜି ଯଦି ମାଆ କନ୍ୟା ଭ୍ରୂଣ ହତ୍ୟା

ପାଇଁ ଆଗେଇ ଯାଏ

ଅପମାନ ଅସମ୍ମାନ କେତେ ସହିଥାଏ

ନାରୀ ହୋଇ ନାରୀର 

ଶତ୍ରୁ ଆଖ୍ୟା ପାଏ

ହେଲେ ତା ଅନ୍ତର ବେଦନା ବୁଝୁଛି କିଏ

ସମାଜ ଆଜି ସେତିକି ବେଳକୁ

କଟା ଘାରେ ଚୂନ ଦିଏ

ମାଆ ହୋଇ ସେ କେମିତି ସହିବ

ସାମାଜିକ ବ୍ୟାଧି କନ୍ୟା ପ୍ରତି ଯେତେ ହୁଏ

ସମାଜ କୋଉଠି ଥାଏ

ଶିଶୁକନ୍ୟା ଭ୍ରୁଣ ନଷ୍ଟ ପାଇଁ

ସେହି ନାରୀ କଳଙ୍କିନି ବୋଲାଏ

କାହାକୁ କହିବା ସମାଜ କିଛି

ନକରିଛି ଏଯାଏଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama