ଅଜ୍ଞତା
ଅଜ୍ଞତା
ଦେଖି ଇଚ୍ଛା କରି, ବୋହୂ ଆଣେ ମାଆ,
ନିଜ ପୁଅ ବିକ୍ରୀ କରି ,
ମାଆ ରୂପ ଛାଡି, ଶାଶୁ ହୋଇଯାଏ,
ନିଜର ସ୍ୱାର୍ଥ ଜାବୁଡି ।
ଧନାଢ଼୍ୟ ବ୍ୟକ୍ତିର, ରୂପବତୀ କନ୍ଯା,
ସେ ଯେ ଯାହା ଯେବେ ଚାହେଁ ,
ଶିର ପୀଡା ହୋଇ, ବୁଦ୍ଧି ବଣା ତା' ର,
ନିଦାଘେ କମ୍ବଳ ନିଏ ।
ଦୁର୍ଭାଗ୍ଯରୁ ଯଦି, ମଧ୍ଯବିତ୍ତ ଘରୁ,
ବୋହୂ ଆସିଗଲା ଘର ,
କପାଳ ଫାଟିଲା, ବୋହୂଟିର ସେଠି,
ହୁଏ ଖାଲି ହରବର ।
ଶାଶୁ ଝିଅ ତହିଁ, ଭଗ୍ନୀ ରୂପ ଛାଡି,
ଦୁର୍ଗା ରୂପେ ହୁଏ ଛିଡା ,
ତିଳ ତାଳ କରି, ହୋଇ ଫଁଫଁ,
ଚାହେଁ ଅସୁଲ କରିବ ଭଡା ।
ଯାହା ଝିଅ କହେ, ସବୁ ଠିକ୍ ଠିକା,
ବାପା ମାଆ ଙ୍କ ର ମତ ,
ଘର ମୁରବିଙ୍କ ଈଦୃଶ ମତରେ,
ଝିଅ ମୁହଁ ବଢେ ସତ ।
ଶ୍ୱଶ୍ରୁଜା ଯାଆନ୍ତେ, ଶ୍ୱଶୁରାଳୟକୁ,
ଆରମ୍ଭି ଦିଏ ତା' କର୍ମ ,
ଶ୍ୱଶ୍ରୁ ସ୍ୱାମୀ ମାରି, ଶ୍ୱଶୁର ନ ମାନି,
ଆଚରେ ତାହାର ଧର୍ମ ।
ଘର ମୁନିବଙ୍କୁ କରେ ନିବେଦନ
ମାଗୁଣି ଶୁଣିବା ହୁଅ ,
ଯେପରି ଚାହୁଁଛ ଶ୍ରଦ୍ଧା ବୋହୂ ଠାରୁ
ଝିଅକୁ ସେ ଶିକ୍ଷା ଦିଅ ।
