ଜୀବନର ସତ୍ୟତା
ଜୀବନର ସତ୍ୟତା
ଜୀବନ ର ସୁଖଦ ମୁହୂର୍ତ ର ଉପମା ସବୁରେ ,
ଲୁକ୍କାୟିତ ହୋଇ ଉଠେ ପରିସ୍ଥିତି ର ଅତ୍ୟାଚାର,
ନା କହିବାକୁ ମିଳେ ସୁଯୋଗ ,
ନା ,
ମିଳିଥାଏ ଏକ ବିଶ୍ୱସ୍ତ ମଣିଷ ର ଆଗାର,
କାହାକୁ ବା କହିହେବ ଏପରି ନିନ୍ଦନୀୟ ଅନୁଭବ,
ଏଠି ତ ବିଶ୍ୱାସ ବି ଦୁର୍ଦ୍ଦିନ ବେଳେ ସାଜିଥାଏ ବିଶ୍ବାସଘାତକ,
କ'ଣ ଅବା କରିପାରିବି ?
ନିରୁପାୟ ହୋଇ ଉଠେ ମୁଁ,
ବେଳେବେଳେ ଅନ୍ୟ ସହ ଆଳାପ ମାଧ୍ୟମରେ ଯେବେ ଉପସ୍ଥାପନ କରି ଦିଏ ଏପରି କିଛି ଅପୂରଣୀୟ କ୍ଷତି ର ସ୍ୱରୂପ କୁ,
ବିଚଳିତ ହୋଇପଡନ୍ତି ମୋ ସ୍ଥିର ମନର ଭାବନା ସବୁ,
ଅନବରତ ପ୍ରଶ୍ନ ର ଗୁନ୍ଥା ଛୁଟି ଆସେ ସେହି ଆବେଗ ରାଇଜରୁ,
ମନ କୁହେ, କିଛି ଭୁଲ୍ ବ୍ୟକ୍ତି କୁ ମୋ ହୃଦୟ ର କ୍ଷତକୁ ଦେଖାଇ ଦେଇନି ତ, ମୁଁ ?
ଏହାପରେ ଦୁଇ କର ଯୋଡ଼ି ଦେଇ ଟେକି ଦିଏ ଦୁଇ ବାହୁ କୁ,
ମନରେ କେବଳ ଗୋଟିଏ ସ୍ୱର ଥାଏ,
ହେ ଜଗତ ର ନାଥ ଜଗନ୍ନାଥ,
କରି କରାଉ ଥାଉ ତୁହି
ତୋବିନୁ ଆନ ଗତି ନାହିଁ,
ଏବେ ତୁମେ ହିଁ ତ୍ରାହି ଦିଅ ଏ ଅସଡା ଜଟା ଧାରି ତୁମ ଅଭାଗିନୀ କୁମାରୀ କୁ।
