ସଂମ୍ପର୍କ
ସଂମ୍ପର୍କ
କେତେ ଅଜବ ଏଇ ପ୍ରଣୟର ବନ୍ଧନ
ବୁଝି ମୁଁ ପାଉନି
କେବେ ମୁଁ କାହାର ଅବା କେହି ମୋର
ତଥାପି ଭୁଲି ପାରୁନି I
ସଂମ୍ପର୍କର ଡୋରି ଏତେ ଢ଼ିଲାଢାଲା
ତୁଟିଯାଏ କଥା ପଦୁଟିରେ,
ସତେ ଅବା କପ୍ ଭାଙ୍ଗିଗଲା
ଦୁର୍ବଳ ପଂଝାର ନିଦୁଆ ହାତରେ l
ସଂପର୍କ ନୁହେଁ ଗୋଟେ
ଚିନା ମାଟିର ହୃଦୟ
ନିମିଷକେ ଯୋଡି, ନିମିଷକେ ଭାଙ୍ଗି
ଜୀବନୁ କରିଦିଅ ବିଦାୟ I
ନିରାଶା ଭିଡରେ କୁଳ ମୁଁ ପାଉନି
ସଂମ୍ପର୍କ ମିଛ ଲାଗୁଛି,
ହସି ପାରୁନି କି କାନ୍ଦି ମୁଁ ପାରୁନି
ସ୍ନେହ ତ ଫିକା ପଡ଼ିଛି I
ସମୟ ହାତରେ ମୁଁ ଛାଡ଼ିଦେଲି
ସବୁ ପ୍ରଶ୍ନକୁ ମୋର,
ପାଇବା ଆଶାରେ ସବୁ ମୁଁ
ହରାଇତ ଦେଲି ଏ ମନର ।
ସଂମ୍ପର୍କ ହାଟରେ ଖାଲି
ନେବା ଦେବାର ହିସାବ ହେଉଛି,
ସମୟର କରାଳ ଗତିରେ ଆଜି
ମୁଁ ନିଜେ ନିଜକୁ ଖୋଜୁଛି l
