STORYMIRROR

Prahallad Sahoo

Abstract Drama Tragedy

3  

Prahallad Sahoo

Abstract Drama Tragedy

କରି କରାଉଥାଏ ସେହି

କରି କରାଉଥାଏ ସେହି

1 min
216

ସବୁ ଖେଳ ସରିଯିବା ପରେ

ଆରମ୍ଭ ହୁଏ ଏକ ନୂଆ ଖେଳ-

ଛ ଖଣ୍ଡ କାଠର ସବାରି,

ପୁଳାଏ କୁଟାର ନରମ ବିଛଣା,

ଛ ହାତ ଲମ୍ବର ପାଳ ଦଉଡିଟାଏ,

ଆତ୍ମୀୟସ୍ବଜନଙ୍କର ଚାରି କାନ୍ଧ,

କେଇଗୋଟି ଖଇ କଉଡି,

ସଦ୍ଯ ଫୁଲରୁ ମହକି ପଡୁଥିବା ବାସନା,

ରାମ ନାମ ସତ୍ଯ, ହରି ନାମ ସତ୍ଯ ର

ମୁଖ ନିଶୃତ ପରମ ସତ୍ଯ ଆତ୍ମ ବାଣୀ ।


ସେ ଆଉ ସେ ହୋଇ ରହି ନାହିଁ

ବାଳକ, ଯୌବନ, କିଶୋର, ବୃଦ୍ଧ

ଗୋଟିଏ ପରେ ଗୋଟିଏ ଚାରୋଟି ଅବସ୍ଥା

ସବୁ ଅତିକ୍ରମ କରିଯାଇଛି ।

ବାଳ-ବୃଦ୍ଧ ଏକକୁ ଆରେକ,

କେହି କାହା ଠାରୁ ନୁହେଁ କମ୍

ସବୁକିଛି ସମାନ ହୋଇଯାଇଥିଲା ସେଦିନ।

ବୃଦ୍ଧ ହୋଇ ବାଳକ ପରି ହସୁଥିଲେ,

ବାଳକ ପରି କାନ୍ଦୁ ଥିଲେ,

ବହୁତ ଜିଦ୍ କରୁଥିଲେ,

ଅଝଟ ବି କରୁଥିଲେ, 

ମାଆ ତ ନଥିଲା କୋଳେଇନେବାକୁ 

କିନ୍ତୁ ସହଧର୍ମିଣୀ, ପଣତ କାନିରେ ସବୁକିଛି

ସମେଟି ନେଇଥିଲେ ହାତଧରି ଚାଲିବାର ପଥ 

ସେହି ତ ଦେଖେଇଥିଲେ।


ଏ ସବୁ ନିଜ ଇଛାର ହେଉ ନ ଥିଲା

"କରି କରାଉଥାଏ ମୁହିଁ,

      ମୋ ବିନୁ ଅନ୍ଯ ଗତି ନାହିଁ।"

ସେହି ପରମ କର୍ତ୍ତାଙ୍କର ନିର୍ଦ୍ଦେଶ

ହାସ୍ଯ ରସର ନିର୍ଦ୍ଦେଶକ ସେହି

ଦୁଃଖ ଦୈନ୍ୟତାର ପୁରୋଧା ବି ସେହି

ଅନ୍ତର୍ଯ୍ଯାମି ପ୍ରଭୁ ପରଂବ୍ରହ୍ମ ମହିମା ଗୋସେଇଁ।

ସେ ଯେତେବେଳେ ଡାକନ୍ତି

ଆଉ କେହି ଅଟକେଇ ପାରନ୍ତି ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract