STORYMIRROR

Satyanarayan Sahoo

Abstract Drama Romance

3  

Satyanarayan Sahoo

Abstract Drama Romance

ସ୍ବପ୍ନରୁ ଅଲଗା ମହଲ

ସ୍ବପ୍ନରୁ ଅଲଗା ମହଲ

1 min
158


ତୋଳି ଅଛି ଏକ ସୁନ୍ଦର ମହଲ

ସ୍ଵପ୍ନରୁ ଅଲଗା ଯାହା

ପରି ମହଲ ରପରି ଦିଶେ ଯାର

ଝଲମଲ ଦୀପ୍ତ ଆଭା।

ପୁଲକ ଚମକ ଖେଳି ଝୁଲି ମନେ

ନାନା ମତେ ଆନ୍ଦୋଳନେ

ଉଠଇ ମହକିକଳ୍ପନାରେ ଦେଖି

ତହିଁରୁଚି ପରିବେଶ

ଶାନ୍ତ ସ୍ନିଗ୍ଧ କାରୁ କମନୀୟ ଚାରୁ

କଳା ଚିତ୍ର ଆଙ୍କିରାସ।

ଉତ୍ସବ ଆରମ୍ଭ କରି କଳ୍ପନା

ବିହରଇ ଯହିଁ ମଧ୍ୟେ

ସ୍ବପ୍ନରୁ ଅଧିକ ସୁବିଧା ସୁଯୋଗ

ସୃଷ୍ଟିହୁଏ ତହିଁ ନିତ୍ୟେ ।

କଳ୍ପନା ଦୋଲାରେଝୁଲି ଝୁଲି ଗୀତ

ଗାଇ ଗାଇ ଖେଳି ବୁଲି

ସ୍ୱପନ ପ୍ରସାଦ ପାଇଁ ଶାନ୍ତି ଲଭେ

ହସେ ମନ ଖିଲି ଖିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract