STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ନବଯୌବନ ଦର୍ଶନରେ ଚକାନୟନ

ନବଯୌବନ ଦର୍ଶନରେ ଚକାନୟନ

1 min
118

ହେ ମୋହନ ମୂରଲୀଧର

         ରୂପ ତୁମ କି ସୁନ୍ଦର ମନୋହର,

ଦେଖି ଏ ଆଖି ଲାଖେ ମୋର

        ଚାହିଁ ଅପଲକେ ହଟେନା ନଜର,

     ତୁମେ ଜୀବନ ଏ ଜୀବର

    ହେ ମୋହନ ମୂରଲୀଧର।

ନବଯୌବନ ଦର୍ଶନରେ ଚକାନୟନ

          ଦେଖା ଦେବେ ପ୍ରଭୁ ମଧୁସୂଦନ,

ମନ ହୁଏ ଉଚ୍ଛନ୍ନ ଅସ୍ଥିର ଭକ୍ତ ପ୍ରାଣ

           ଜଗମୋହନ ଜଗତ ଜୀବନ।

ଚତୁର୍ଦ୍ଧା ମୂରତି ବେଶ ଯେ ନବଯୌବନ

      ସ୍ବଂୟ ବିଜେ ହୋଇ ଦେବେ ଦର୍ଶନ,

ବଡ଼ଦାଣ୍ଡେ ବଡ଼ ଭିଡ଼ ଶ୍ରଦ୍ଧାଳୁ ସୁଜନ

         ଦେଖିଲେ ପବିତ୍ର ହେବ ନୟନ।

ହେ ମୋହନ ମୂରଲୀଧର

ପନ୍ଦର ଦିନ ଥିଲେ ସେ ଅଣସର ଘରେ

           ଚହଳ ପଡି଼ଲା ଶ୍ରୀମନ୍ଦିରରେ,

ପ୍ରଭୁ ଜଗା କାଳିଆ ଶୋଇଥିଲେ ଜ୍ଵରରେ

       ବୈଦ୍ୟ ସେବକ ସେବିଲେ ଯତ୍ନରେ।

ଦଶମୂଳ ପାଚକର ଭୋଗ ହେଲାପରେ

         ରୋଗ ଚାଲି ଗଲା ବହୁତ ଦୂରେ,

ପ୍ରଭୁ ବିଜେ ହୋଇଲେ ରତ୍ନ ସିଂହାସନରେ

        ଶାନ୍ତ ହେବ ମନ ଦେଖି ଆଖିରେ।

ହେ ମୋହନ ମୂରଲୀଧର

ଚଢି଼ ନନ୍ଦିଘୋଷ ଯିବେ ଯେ ମାଉସୀ ପୁରେ

         ଭାଇ ଭଉଣୀ ରହିବେ ସାଥୀରେ,

କେତେ ଶୋଭାମୟ ଦୃଶ୍ୟ ସାରା ଜଗତରେ

        ଦୁଃଖ ଚାଲିଯିବ ଦେଖିଲେ ଥରେ।

ଦିବ୍ଯ ଯୌବନ ରୂପ ସବୁରି ମନ ହରେ

         ଘୋଷ ଯାତ୍ରା କରିବେ ଆନନ୍ଦରେ,

ମଣିମା ମାତନ୍ତି ଭବେ ମାନବ ଲୀଳାରେ

         ଜୀବନ ଧନ୍ୟ ତାଙ୍କ ଆଶିଷରେ।

ହେ ମୋହନ ମୂରଲୀଧର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract