ନପଢିଲେ ଭଲ
ନପଢିଲେ ଭଲ
ହତାଶ ଲେଖୁଛି ନିରାଶ ଲେଖୁଛି
ଲୁହ, ଯନ୍ତ୍ରଣା, କଷଣ ଓ ବିଷାଦ ଲେଖୁଛି
କାନ୍ଦ, ବିରହ, ଚିନ୍ତା, ଦରଦ ଓ ବେଦନା ଲେଖୁଛି
ଶବ୍ଦରେ ହସ, ସୁଖ, ଆନନ୍ଦ ଖୋଜୁଥିବା ଲୋକ
ଆରାମ, ନିଶ୍ଚିନ୍ତ ଖୋଜୁଥିବା ଲୋକ
ନ ପଢିଲେ ଭଲ ।
ଜଟିଳ ଲେଖୁଛି କୁଟୀଳ ଲେଖୁଛି
କର୍କଶ, ଅପରିଷ୍କାର, ଆବର୍ଜନା ଲେଖୁଛି
ରୋଗ, ଅସୁସ୍ଥତା, ବିବର୍ଣ୍ଣ ଓ କଳଙ୍କ ଲେଖୁଛି
ଶବ୍ଦରେ ସରଳ, ସାଧାରଣ ଓ କୋମଳ ଖୋଜିବା ଲୋକ
ସୁଚରିତ୍ର, ନିଷ୍କଳଙ୍କ, କୋକିଳ ଖୋଜୁଥିବା ଲୋକ
ନ ପଢିଲେ ଭଲ ।
ଗରଳ ଲେଖୁଛି ନିଷ୍ଠୁର ଲେଖୁଛି
କ୍ଷମାହୀନ, ନିର୍ଦୟ, ପାପ ଓ ଅପରାଧ ଲେଖୁଛି
ହତ୍ଯା, ଲୁଣ୍ଠନ, ଦୁଷ୍କର୍ମ ଓ ଅନୀତି ଲେଖୁଛି
ଶବ୍ଦରେ ପୂଣ୍ୟ, ଦୟା, ନୀତି ଖୋଜୁଥିବା ଲୋକ
ଉପଦେଶ, ଆଦର୍ଶ,ପିୟୁଷ ଖୋଜୁଥିବା ଲୋକ
ନ ପଢିଲେ ଭଲ ।
ମରଣ ଲେଖୁଛି ମଶାଣି ଲେଖୁଛି
କଣ୍ଟା, ନରହନ୍ତା, ରାକ୍ଷସ, ଅତ୍ଯାଚାର ଲେଖୁଛି
କୁଶାସନ ଲେଖୁଛି ଅପସଂସ୍କୃତି ଲେଖୁଛି
ଶବ୍ଦରେ ଜୀବନ, ଦେବତା, ରକ୍ଷକ ଖୋଜୁଥିବା ଲୋକ
ସଂସ୍କାର, ମନ୍ଦିର, ସୁଶାସନ, ଫୁଲ ଖୋଜୁଥିବା ଲୋକ
ନ ପଢିଲେ ଭଲ ।
