ମାଗିବାର ଥିଲା ଯାହା
ମାଗିବାର ଥିଲା ଯାହା
ମାଗିବାର ଥିଲା ଯାହା
ମାଗି ମୁଁ ସାରିଛି ହେ ମହାପ୍ରଭୁ,
ପାଇବାର ଥିଲା ଯାହା
ପାଇ ତ ସାରିଛ ହେ ମହାବାହୁ,
ତୁମର ଆଶିଷ ବିନା
ମୋ ଜୀବନେ ନାହିଁ କାମନା ଆଉ।
ଧନ ମାନ ଜ୍ଞାନ ଯଶ
ଅହଂ ଭରି ଦିଏ ମନେ,
ହସ ଖୁସି ସୁଖ ଶାନ୍ତି
ଗର୍ବ ଆଣେ ଏ ଜୀବନେ।
କାମିନୀ କାଞ୍ଚନ ମୋହ
ରଖେ ନାହିଁ ଏକ ଧ୍ୟାନେ,
ବୃଥା ପାର୍ଥିବ ବିଳାସ
ଯାଏ ତ ଅଢେଇ ଦିନେ।
ମାଗିବାର ଥିଲା ଯାହା
ତୁମରି କରୁଣା ବିନା
କିଛି ନୁହେଁ ଚିରସ୍ଥାୟୀ,
ଚରଣେ ଶରଣ ଦିଅ
ହେବି ମୁଁ ତୁମ ଆଶ୍ରୟୀ ।
କୃପାକର କୃପାସିନ୍ଧୁ
ତୁମକୁ ଥିବି ମୁଁ ଧ୍ୟାୟୀ,
କଣ୍ଠେ ସ୍ବର ଦିଅ ଭରି
ଥିବି ତୁମ ଗୁଣ ଗାଇ।
ମାଗିବାର ଥିଲା ଯାହା ।
