STORYMIRROR

Kabiratna Nutan Kumar Behera

Drama Classics

3  

Kabiratna Nutan Kumar Behera

Drama Classics

ମାଆ ଲୋ ମାଆ ତାରିଣୀ ମାଆ

ମାଆ ଲୋ ମାଆ ତାରିଣୀ ମାଆ

1 min
228


ମାଆ ଲୋ ମାଆ ତାରିଣୀ ମାଆ

     ତୋ ବିନା ହେବ କେ ମୋର ସାହା ?

ଦେଖିଲେ ଦୁଃଖ କରୁ ତୁ ଆହା

      ମାଆ ଲୋ ମାଆ ତାରିଣୀ ମାଆ।


ପାଖରେ ତୋର କରୁଛି ଅଳି 

          ଶୁଣିବୁ ମାଆ ଦେବୁନି ଟାଳି

ଜୀବନ ଜଞ୍ଜାଳେ ଯାଏ ଜଳି

       ଆଶିଷ ଦେ ଲୋ ମଥାରେ ଢାଳି।

ମାଆ ଲୋ ମାଆ ତାରିଣୀ ମାଆ

ମା'ର ମମତା ପଡ଼ଇ ଝରି

          ସାରା ଜଗତେ ପଡୁଛି ହୁରି,

କେତେ ଭରସା ବିଶ୍ଵାସ କରି

       ତୋ ପାଶେ ଆସି କରେ ଗୁହାରି।

ମାଆ ଲୋ ମାଆ ତାରିଣୀ ମାଆ

ସଂସାର ଶିରୀ ତୋ ପାଦ ପରା

          ଅଭୟ ଦେଉ ଜଗତ ସାରା,

କରି କରୁଣା ହସାଉ ଧରା

         ଦେ ମାଆ ତୋ ଆଶିଷ ଧାରା।

ମାଆ ଲୋ ମାଆ ତାରିଣୀ ମାଆ

ତୋ ଘଟ ଗାଁ ଘଟ ମୋ ଶରୀର

         ହୃଦୟ ମୋର ମନ୍ଦିର ତୋର,

ସେନେହ ଶରଧା ତୋ ଅପାର

       କରେ ମୁଁ କୋଟି କୋଟି ଜୁହାର।

ମାଆ ଲୋ ମାଆ ତାରିଣୀ ମାଆ

     


          

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama