STORYMIRROR

Sunanda Mohanty

Abstract Drama Romance

3  

Sunanda Mohanty

Abstract Drama Romance

ରଜନିଗନ୍ଧା

ରଜନିଗନ୍ଧା

1 min
113


ରଜନିଗନ୍ଧାର ବାସ କିଛି କହୁଛି

ଅଢେ଼ଇ ଦିନର ପ୍ରେମ ପରେ ପରେ ।


ସାତପ଼ର ଲାଗିଛି କାହିଁକି ପ୍ରଶ୍ନ ଉଠୁଛି

କ୍ଷଣିକ ଆସକ୍ତି ଓ ସମ୍ମୋହନ ଭାଙ୍ଗିଯାଉଛି ।


ବାସର ମହକେ ରାତି ପରେ ରାତି

ଆସି କେତେଯେ ଦରଦ ବରାଦ ଭରିଛି ।


ଆଳସୀ କନ୍ୟାର ସ୍ଵପ୍ନ ଭାଙ୍ଗି ସାରିଛି

ଜୀବନ ଜୁଆରେ କିଏ ଜିତେ କିଏ ହାରେ ।


ରଜନିଗନ୍ଧା ବାସ ଉର୍ଦ୍ଧରେ ଆଉ କିଛି

ବୋଧହୁଏ ରହିଛି, ରଜନିଗନ୍ଧା ଅସାଧାରଣ ।


ଫୁଳର ବାସ୍ନା ଭିତରେ ଚେତନା ଦେଇଛି

ପୂର୍ବଜନ୍ମ ଆଉ ପରଜନ୍ମ ମାଳା ଏଇ ।


 ଜନମରେ ଗୁନ୍ଥି ସିନ୍ଥି ଭରି ବାସି କହୁଛି

ଜୀବନ ଟା ନୁହେଁ ଗୋଲାପର ଫୁଲ ।


ଦହନକୁ ଶହନ କରିବା ଶିଖାଇଛି

ପ୍ରେମିକ ପ୍ରେମିକା ବାଟ ହୁଡି ଗୀତ ଗାଉଛି ।


ବାସ ସରିଯାଏ ରାତ୍ରୀ ପାହିଯାଏ

କିଛି କହିବାକୁ ଅନୁରୋଧ ଦୁହେଁ କରୁଛି ।


ଓଁ ଭିତରେ ଚନ୍ଦନ ଉଆସେ ତୁଳସୀ ହେବାକୁ

ଏଇ ରାତି ସତେ ନିର୍ଦ୍ଧେଶରୁ ନିର୍ଦ୍ଦେଶନା ଦଉଛି ।


ଆତ୍ମା ର ମିଳନେ ଯୋଗଜନ୍ମା କିବା ଆସୁଛି

ଦୈହିକ ସୁଖ ଅଳିକ ଆତ୍ମା ସୁଖ ଖୋଜି

ରଜନିଗନ୍ଧା ଭିତରେ ବନ୍ଧା ଛନ୍ଦା ବାସ୍ନା ବୁଝିଯାଇଛି ।



Rate this content
Log in

Similar oriya poem from Abstract