STORYMIRROR

Chinmaya Nayak

Drama Inspirational Others

3  

Chinmaya Nayak

Drama Inspirational Others

କୃଷକ

କୃଷକ

1 min
193

       ତୁମେ ବଂଚିଛ ମୁଁ ବି ବଂଚିଛି

         ନିଜ ପରିଚୟ ନେଇ, 

       ତୁମେ ଖଟୁଛ ମୁଁ ବି ଖଟୁଛି

        ପେଟ ଚାଖଣ୍ଡକ ପାଇଁ l


       ତୁମ ବାଆଁ ହାତେ ଚାହା କପ

         ଡାହାଣ ହାତେ କଲମ,

      ମୋ ବାଆଁ ହାତେ ଲଙ୍ଗଳ କଣ୍ଠି

         ଡାହାଣ ହାତେ ପାଞ୍ଚଣ l


       ବରଷା ସହୁଛି ଶୀତ ବି ସହୁଛି

         ଖରା ସହୁଛି ପିଠି ଆଡ଼ି,

     ଆସିଛନ୍ତି କେତେ,ଆସିବେ ବି କେତେ

        ଗଲେଣି ଦିଲ୍ଲୀ, ଜମି ଛାଡି l 


      ସପନର ମହଲ ଗଢିଦେଇ ଅଧା 

        ଅଭାବରେ ଫଶେ ଲଟକି, 

        ମୁହଁର ଝାଳ ତୁଣ୍ଡରେ ମାରି 

         ତଥାପି ହସୁଛି ମୁରୁକି l 


      ଚାଷୀଘରେ ଜନମ ଧରିତ୍ରୀର ପୁଅ 

         ଏଇ ମାଟିର ମଣିଷ, 

      ସବୁ ତ ସହିବି ଛାତିକୁ ଫୁଲେଇ 

          କରୁଛି ମୁଁ ସାହାସ l 


      ମାଟି ଫଟେଇ ଫସଲ ଫଳେଇ 

        ଠିଆହୁଏ ସଦା ଅଣ୍ଟା କସି, 

      ମୋତେ ଦେଖି ଧରିତ୍ରୀ ରାଣୀ ତ 

         ମାରୁଛି ମୁରୁକି ହସି l 


     ମାଟିର ମଣିଷ ମୁଁ କାଦୁଅରେ ଖଟୁଛି 

        ବାସି ଖାଇ ମେଣ୍ଟେ ଭୋକ, 

     ଦୁନିଆ ପାଇଁ କି ଯୋଗାଏ ଆହାର 

        କହୁଛି ଆଜି ମୁଁ " କୃଷକ " l


 


Rate this content
Log in

Similar oriya poem from Drama