କୃଷକ
କୃଷକ
ତୁମେ ବଂଚିଛ ମୁଁ ବି ବଂଚିଛି
ନିଜ ପରିଚୟ ନେଇ,
ତୁମେ ଖଟୁଛ ମୁଁ ବି ଖଟୁଛି
ପେଟ ଚାଖଣ୍ଡକ ପାଇଁ l
ତୁମ ବାଆଁ ହାତେ ଚାହା କପ
ଡାହାଣ ହାତେ କଲମ,
ମୋ ବାଆଁ ହାତେ ଲଙ୍ଗଳ କଣ୍ଠି
ଡାହାଣ ହାତେ ପାଞ୍ଚଣ l
ବରଷା ସହୁଛି ଶୀତ ବି ସହୁଛି
ଖରା ସହୁଛି ପିଠି ଆଡ଼ି,
ଆସିଛନ୍ତି କେତେ,ଆସିବେ ବି କେତେ
ଗଲେଣି ଦିଲ୍ଲୀ, ଜମି ଛାଡି l
ସପନର ମହଲ ଗଢିଦେଇ ଅଧା
ଅଭାବରେ ଫଶେ ଲଟକି,
ମୁହଁର ଝାଳ ତୁଣ୍ଡରେ ମାରି
ତଥାପି ହସୁଛି ମୁରୁକି l
ଚାଷୀଘରେ ଜନମ ଧରିତ୍ରୀର ପୁଅ
ଏଇ ମାଟିର ମଣିଷ,
ସବୁ ତ ସହିବି ଛାତିକୁ ଫୁଲେଇ
କରୁଛି ମୁଁ ସାହାସ l
ମାଟି ଫଟେଇ ଫସଲ ଫଳେଇ
ଠିଆହୁଏ ସଦା ଅଣ୍ଟା କସି,
ମୋତେ ଦେଖି ଧରିତ୍ରୀ ରାଣୀ ତ
ମାରୁଛି ମୁରୁକି ହସି l
ମାଟିର ମଣିଷ ମୁଁ କାଦୁଅରେ ଖଟୁଛି
ବାସି ଖାଇ ମେଣ୍ଟେ ଭୋକ,
ଦୁନିଆ ପାଇଁ କି ଯୋଗାଏ ଆହାର
କହୁଛି ଆଜି ମୁଁ " କୃଷକ " l
