Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Drama Fantasy Inspirational

3  

Chittaranjan Nanda

Drama Fantasy Inspirational

ସାବିତ୍ରୀ ଗୋ ଟିକେ ଥୟ ଧର

ସାବିତ୍ରୀ ଗୋ ଟିକେ ଥୟ ଧର

1 min
255



ମୋ ସାବିତ୍ରୀଙ୍କ ନିର୍ଦ୍ଦେଶରେ ସାବିତ୍ରୀ

ବ୍ରତ ପାଇଁ, ବଜାରରେ ବୁଲିଛି

ପାଇଲି ନଡିଆ ଆମ୍ବ ପଣସ କଦଳୀ 

ସେଓ ସବୁ ଦେଢ଼ଶ ଦୁଇଶକୁ ଛୁଇଁଛି ।

ସାବିତ୍ରୀ ଗୋ ଟିକେ ଥୟ ଧର


ଦେଖିଲି ବଜାରରେ ଖାଲି ଠକାମୀ 

ବେପାରୀ ବୁଦ୍ଧି ସଭିଙ୍କର 

ଦରକାର ପଡିଲେ ଖାଦ୍ୟ ଜିନିଷରେ 

ଦିଅନ୍ତି ଲେପି ଜହର  ।

ସାବିତ୍ରୀ ଗୋ ଟିକେ ଥୟ ଧର


ଗଦା ଗଦା ଯୁବକ ବୁଲନ୍ତି ଏଠି ସେଠି 

ବଜାରରେ ହୋଇ ବେକାର

କାମ ଧନ୍ଦା ନାହିଁ, ଭବିଷ୍ୟତ କଥା ଭାବୁ 

ଭାବୁ ମୁଣ୍ଡ ଘାରି ଦେଲା ମୋର ।

ସାବିତ୍ରୀ ଗୋ ଟିକେ ଥୟ ଧର


ସରକାର କହେ ଉତ୍ପାଦନ ସାମଗ୍ରୀ ଅଛି 

ଯେତେ ଆମ ଦେଶର

ପୁଂଜିପତିକୁ ଶାଗ ମାଛ ଦରରେ ବିକ୍ରି 

କଲେ ବେକାରୀ ହେବ ଦୂର ।

ସାବିତ୍ରୀ ଗୋ ଟିକେ ଥୟ ଧର


ମନ୍ତ୍ରୀ କହେ ମନ୍ତ୍ରୀ ମୁଁ ହେଲିଣି ଆଠ ବର୍ଷ 

ହେଲା, ଟିକେ ଥୟ ଧର

ନଚେତ ଜାଣିଛ ମୋର ପୋଲିସ ଶକ୍ତିକୁ 

ପରିସ୍ଥିତି ହେବ ଭୟଙ୍କର ।

ସାବିତ୍ରୀ ଗୋ ଟିକେ ଥୟ ଧର

             

ଫେରିଲି ବଜାରରୁ ହତାଶରେ, ଦେଶର 

ବିକାଶକୁ ଦେଖି ଲାଗିଲା ଡର,

କହିଲି ମୁଁ ମୋ ସାବିତ୍ରୀଙ୍କୁ, ବ୍ରତ ନକଲେ,

କାମ ଚଳିବନି? 

ସାବିତ୍ରୀ ଗୋ ଟିକେ ଥୟ ଧର ।


ହୋଇଛି ଡାଇବେଟିସ, ଓଷା ବ୍ରତ ନାମେ 

ଶରୀରକୁ କିଆଁ ରୋଗ କିଣିବା 

ମୁଁ ତ ତୁମର ସତ୍ୟବାନ, ମୁକ୍ତ କଲି ବ୍ରତରୁ

ଆସ ଆମେ ନିରୋଗୀ ରହିବା ।

ସାବିତ୍ରୀ ଗୋ ଟିକେ ଥୟ ଧର.



Rate this content
Log in

Similar oriya poem from Drama