STORYMIRROR

Satyanarayan Sahoo

Abstract Drama Action

3  

Satyanarayan Sahoo

Abstract Drama Action

ସମ୍ପର୍କ ର ନୂଆ ମୁଁହ

ସମ୍ପର୍କ ର ନୂଆ ମୁଁହ

1 min
115


ଜୀବନ ର ପଥେ କେତେ କାହା ସାଥେ 

ପରି ଚୟ ଥାଏ ହୋଇ

ଭାବ ଉନ୍ମାଦନା ନବୀନ ଚେତନା

ଅନୁଭୁତି ରାଶି ଥୋଇ ।


ଯାଆନ୍ତି ସଭିଏଁ ନିଜ ନିଜ କର୍ମେ

ସ୍ମରଣ ହୁଏ ସମ୍ପର୍କ

ନବ ନବ ବିଭା ନବୀନ ପ୍ରତିଭା

ଘେନି ସଂହରନ୍ତି ଦୁଃଖ ।


ଦିବ୍ୟ ଖୁସି ସ୍ନେହ ଆଶିଷ ଅମୀୟ

ବରଷାଇ ପ୍ରୀତି ଭରି

ପ୍ରେମ ଅନୁରାଗେ ଆହ। କି ସରାଗେ

 ଶ୍ରଦ୍ଧା ଓ ଆଦର ଧରି ।


ନିଅନ୍ତି ସଭିଏଁ  କିଣି ମନ ପ୍ରାଣେ

ଅଦ୍ଭୂତ ଆକର୍ଷଣ ରେ

ସାଥୀ ହୋଇ ପୁଣି ବଶ କରି ବୁଣି

ଦିଅନ୍ତି ପ୍ରୀତି ପ୍ରାଣରେ ।


କେତେ କେତେ ବନ୍ଧୁ ଅନୁରାଗ ସିନ୍ଧୁ

ଉଚ୍ଛୁଲାଇ ନିରନ୍ତରେ

ନିତି ଦେଖା ଦେଇ  ଜଣାଇ ବଧେଇ

ଛପି ଯାନ୍ତି ଗହଣରେ ।


ପୁଣି କେତେ ଦିନ ପରେ ଆଗମନ

କରନ୍ତି ସେଇ ପ୍ରକାରେ

ସମ୍ପର୍କ ର ନୂଆ ନୂଆ ମୁଁହ  ଲୁଚା

 ଅବିରତ ନିତି ଚାଲେ ।



Rate this content
Log in

Similar oriya poem from Abstract