STORYMIRROR

Sunanda Mohanty

Drama Action Classics

3  

Sunanda Mohanty

Drama Action Classics

ଦିବ୍ୟ ବିଶ୍ୱାସ

ଦିବ୍ୟ ବିଶ୍ୱାସ

1 min
184


କାହିଁକି ଉତ୍ତର

ତଥାପି ପରନ୍ତୁ କିନ୍ତୁ ବରଂ

ଯଦି ହୁଏ ଉତ୍ତର

ନିରୁତ୍ତର ରହିବା ଶ୍ରେୟସ୍କର

ବାଲିଗିରିଡ଼ା ସେ ନିଦା ପଥର

ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ ଚିହ୍ନାଏ ସତ୍ୱର

ଶାଳଗ୍ରାମ ନିଶ୍ଚେ ଠାକୁର

ଗଙ୍ଗାକୂଳ ଭର୍ତ୍ତି ଛୋଟ ବଡ ପଥର

ଗୋଟେଇଲି ଯେବେ ପ୍ରଶ୍ନ ହଜାର

ପୂଜା କରେ ଆଜି ସେହି ପଥର

ପାଏ ଉତ୍ତର

ମୁଗ୍ଧ ହୁଏ ମନ ମୁନ ଚେତନା ନିଜର

ସତରେ ବିଶ୍ୱାସ ଭରସା ବେଭାର

କରିଦିଏ କାହାକୁ ଇଶ୍ଵର

କିଏ ନରାଧାମ ବିଶ୍ଵର

ସର୍ବେ ଶିଖିଯିବା ବିଶ୍ୱାସ ଭରସା ଅପାର

ତା ସହ ଶକ୍ତି ସାମର୍ଥ୍ୟ ପ୍ରତିଭା ପ୍ରକାଶ କର

ଦେବତା ନହୋଇ ନରଦେହ ପାଇ

 କହିବେ ଦିବ୍ୟରୂପଧାରୀ ଜଦିଓ ନଶ୍ୱର

ଦେଖି ଶିଖି ଶୁଣି ଧର୍ଯ୍ୟ ଧର ଅପାର

ଆଜି ନାହିଁ କାଲି ଥିବ ବାସ୍ନା ଓ ସୁଗନ୍ଧ

ପ୍ରଜାପତି ଆଉ ଫୁଲର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama