STORYMIRROR

Harisankar Sethy

Abstract Drama

3  

Harisankar Sethy

Abstract Drama

ଅତୀତ ପ୍ରେମରେ

ଅତୀତ ପ୍ରେମରେ

1 min
208

ତୋତେ ନୁହଁ ତୋ ଅତୀତକୁ ଭଲପାଇଛି

ଯାହା ସବୁ ଭାଙ୍ଗିଥିଲୁ ତାକୁ ସଜେଇ ଚାଲିଛି

ଆମ ସ୍ୱପ୍ନ, ଅଧାଗଢା ସ୍ୱପ୍ନକୁ ଲିଭେଇଚାଲିଛି

ହଁ ଆଜି ବି ସ୍ମୃତି ନାରେ ଯୋଉ ସପନଟିକକ ଅଛି

ତାକୁ ଭୁଲେଇ ଚାଲିଛି

ତୋତେ ନୁହଁ ତୋ ଅତୀତକୁ ଭଲ ମୁଁ ପାଇଛି ।


ଏବେବି ଯେବେ କେବେ ମୋ ସପନ ଦେଶକୁ

ବିନା ଅନୁମତିରେ ଚାଲିଆସୁ

ପାଖରେ ବସାଇ ତୋ ଛାତିରେ ମୁଣ୍ଡକୁ ରଖିଛି

ଆଖିର ଲୁହରେ ତୋ ଛାତିକୁ ଓଦାକରି ,

ହସିବାପାଇଁ କଥା ମୁଁ ଦେଇଛି

ତୋ ହାତ ଧରି ଦୁନିଆ ବୁଲିବାକୁ ଶପଥ ନେଇଛି

ହଁ ଆଜି ବି ତୋତେ ନୁହଁ ତୋ ଅତୀତକୁ ଭଲ ମୁଁ ପାଇଛି ।


ତୋ କାନ୍ଦରେ କାନ୍ଦିବାରେ ଯୋଉ ନିଶା ହସିବାରେ ନଥିଲା,

ହତ୍ୟାକାରୀ କହିବି କି ତୋତେ ସତେ

ଆମ ଅତୀତକୁ ମାରି,ପୋତି ଯୋଉ ବର୍ତ୍ତମାନର

ସଂସାର ଗଢିଛୁ ତଥାପି ଭଲ ମୁଁ ପାଇଛି

ତୋତେ ନୁହେଁ ତୋ ଅତୀତକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract