STORYMIRROR

Kabiratna Nutan Kumar Behera

Drama Classics Inspirational

3  

Kabiratna Nutan Kumar Behera

Drama Classics Inspirational

କରୁଣା କର ପ୍ରଭୁ

କରୁଣା କର ପ୍ରଭୁ

1 min
218


ହେ ପ୍ରଭୁ ପରମାତ୍ମା ଅପାର ତୁମ ମହିମା, 

    କରୁଣା କରେ ହେ ମୋତେ 

     ଦୋଷ ମୋର କରି କ୍ଷମା, 

      ହେ ପ୍ରଭୁ ପରମାତ୍ମା

  ତୁମେ ଚିରନ୍ତନ ସତ୍ୟ ସନାତନ

  ପାଦ ତଳେ ତୁମ ମାଗୁଛି ଶରଣ, 

 ହେ ପରଂବ୍ରହ୍ମ ତୁମେ ଅନାଦି ଅନନ୍ତ 

  ଏ ସଚରାଚର ମହୀର କାରଣ। 

     ହେ ପ୍ରଭୁ ପରମାତ୍ମା

   ଦୋଷ ମୋର କର କ୍ଷମା। 

ତୁମେ ସଚ୍ଚିଦାନନ୍ଦ ହେ ପରମାନନ୍ଦ 

 ତୁମେ ପୂର୍ଣ୍ଣବ୍ରହ୍ମ ତୁମେ ମହାପୁଣ୍ୟ, 

ହୋଇ ମୁହିଁ ଲୋଭ ମୋହ ମାୟା ବଶ 

 ଆସେ ଯାହା ଅହଂକାର କର ଶୂନ୍ଯ। 

ହେ ପ୍ରଭୁ ପରମାତ୍ମା ଅପାର ତୁମ ମହିମା, 

  ମୁଢପଣେ ହୋଇ ମୁଁ ଗର୍ବୀ ଅଜ୍ଞାନ 

ଦିଏନା ବିବେକ ବିଚାରରେ ଧ୍ୟାନ,

 ହରାଇ ଚେତନା ହୁଏ ଜ୍ଞାନହୀନ 

ଆସେ ଯାହା ଅହଂକାର କର ଶୂନ୍ୟ। 

     ହେ ପ୍ରଭୁ ପରମାତ୍ମା

   ଦୋଷ ମୋର କର କ୍ଷମା,

 କର୍ତ୍ତବ୍ୟରେ ଥିବି ମୁଁ ଶାନ୍ତ ସୁଧାର

ଭାବନା ମୋ ହେଉ କୋମଳ ସୁନ୍ଦର,

  ଜଗତ କଲ୍ୟାଣେ ରହି ନିରନ୍ତର 

  ପାଦପଦ୍ମେ ତୁମ ଥାଉ ଲୟ ମୋର। 

ହେ ପ୍ରଭୁ ପରମାତ୍ମା ଅପାର ତୁମ ମହିମା, 

    କରୁଣା କର ହେ ମୋତେ 

    ଦୋଷ ମୋର କର କ୍ଷମା, 

     ହେ ପ୍ରଭୁ ପରମାତ୍ମା ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama