କବିତା କ୍ଲାସ୍
କବିତା କ୍ଲାସ୍
କବିତା ଗୋଟେ ଦୁନିଆଁ
ଦୁନିଆଁ ଗୋଟେ କବିତା
ପେନ୍ଥା ପେନ୍ଥା କବିତା
ଫୁଲ ହୋଇ ଫୁଟୁଛି
କବିର କଲମ ଗାରେ
ରୁମ୍ ଝୁମ୍ ସଙ୍ଗୀତର ସ୍ଵରରେ
ଗୀତ ହୋଇ ନାଚି ବସେ କବିତା ।
ଜାଣେ ନାହିଁ ମୁଁ କବିତା କ୍ଲାସ୍ ରେ
ଛାତ୍ର ନା ଶିକ୍ଷକ
ଜାତି ନା ଧର୍ମ
ସଂଖ୍ୟା ନା ଶବ୍ଦ
ଏମିତି ଅନେକ କବିତା
କୂଆଁ କୂଆଁ ହୋଇ ଜନ୍ମ ନିଅନ୍ତି
ସକାଳ ରେ ସଂଞ୍ଜରେ ।
କବିତା ଗୋଟେ ନିତି ଦିନିଆଁ କ୍ଲାସ୍
ଗାଁ ଠୁ ସହର ଯାଏଁ
ଭବାନୀପାଟଣା ଠୁ ଭୂବନେଶ୍ବର ଯାଏଁ
କହନ୍ତି, ବୁଝନ୍ତି ଓ ଲେଖନ୍ତି ।
କବିତା ଗୋଟେ ନୁହଁ
ଅନେକ ମଣିଷର୍ କଥା କହେ
ଆଜିବି ଭର୍ତ୍ତି ହୋଇ ରହିଛି ଥାକ୍ ଥାକ୍
ସଂଗ୍ରାମ ଠୁ ନିର୍ବାଚନ ବେଳର କଥା
ପାହାନ୍ତିଆ ସକାଳରୁ
ମଣିଷ ସ୍ଵପ୍ନ ଦେଖିଥିବା କଥା ।

