STORYMIRROR

Subhalaxmi Nayak

Horror

3  

Subhalaxmi Nayak

Horror

ତନ୍ତ୍ର ମନ୍ତ୍ର

ତନ୍ତ୍ର ମନ୍ତ୍ର

1 min
195

ଅଲୌକିକ ଶକ୍ତିର ପରକାଷ୍ଠା ଦେଖାଇ

ସାଧନା ବଳେ ଆସୁରିକ ଶକ୍ତି ପାଇ

ଗୋଟିଏ ଦୁଷ୍ଟ ବାବାଜୀ ତନ୍ତ୍ର ମନ୍ତ୍ର କରଇ

ହଜି ଯାଇଛି ତା'ର ଗୋଟିଏ ଯାଦୁକରୀ କାଠି

ଖୋଜୁଛି ତନ୍ତ୍ର ବଳେ ଧ୍ୟାନ ବଳରେ ସବୁଠି

କାଠି ଯାଇଛି ଲୁଚି କେଉଁ ବ୍ରହ୍ମାଣ୍ଡ ଭିତରେ

ବାବାଜୀ ବିଦ୍ୟାବଳେ ଏକଥା ଜାଣି ପାରେ

ଦିନ ପରେ ଦିନ ଗଡ଼ି ଚାଲିଲା ଏମିତି

କାଠି ବିନା ବାବାଜୀ ଶକ୍ତିହୀନ ହୋଇଯାଇଛି

ଶେଷରେ ଉପାୟଟେ ପାଞ୍ଚିଲା ତତ୍ପରେ

ଯୋଗ ବଳେ ଦୂତ ଭୂତ ସ୍ମରଣ କରିଛି 

ହୋମ ବଳେ ନିଆଁ ଜାଳି ହାଣ୍ଡିଟେ ଥୋଇଛି 

ଶହ ଶହ ଅଶରୀରି ସ୍ମରଣେ ଆସନ୍ତି ଉଡ଼ି 

ବନ୍ଦୀ କରି ମନ୍ତ୍ର ବଳେ ଦେଲା ଫାଶି କରି

ଯେ ଯାଏଁ ମୋର ଯାଦୁକରୀ ଶକ୍ତି ଫେରି ନ ଆସିଛି

ତୁମେ ସବୁ ବନ୍ଦୀ ହୋଇ ଖଟିବ ନିଇତି

ଭୟ ପାଇ ଅଶରୀରି ବାବାଜୀ ଚରଣ ସେବନ୍ତି

ବାବାଜୀ ଆଦେଶ ପାଇ ଯାଦୁକରୀ କାଠିକୁ ଖୋଜନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror